www.samajalive.in
Monday, December 8, 2025
27.1 C
Bhubaneswar

ଜିମସାର ପକ୍ଷରୁ କନ୍ଦରପୁରରେ ସ୍ଵାସ୍ଥ୍ୟ ଶିବିର

ଆଠଗଡ : ଆଠଗଡ ବ୍ଲକର ମାଧବପୁରଠାରେ ସମାଜ ଓ ଲୋକସେବକ ମଣ୍ଡଳ ଦ୍ବାରା ପ୍ରତିଷ୍ଠିତ ଗୋପବନ୍ଧୁ ମେଡିକାଲ ପକ୍ଷରୁ ନିୟମିତ ଆଠଗଡ ଓ ଅନ୍ଯାନ୍ଯ ଅଞ୍ଚଳରେ ମାଗଣା ସ୍ଵାସ୍ଥ୍ଯ ସେବା ଶିବିର ଆୟୋଜନ ହୋଇଆସୁଛି  । ଏହି କ୍ରମରେ ଆଠଗଡ ବ୍ଲକର କନ୍ଦରପୁର ଗ୍ରାମରେ ବୁଧବାର ଏକ ସ୍ଵାସ୍ଥ୍ଯ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିମସାରର ମୁଖ୍ଯ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ଉଦଘାଟନ କରିବା ସହ ନିଜେ ରୋଗୀଙ୍କୁ ସ୍ଵାସ୍ଥ୍ଯ ସେବା ଯୋଗାଇଥିଲେ । କନ୍ଦରପୁର ସରପଞ୍ଚ କଲ୍ୟାଣୀ ଖଟୁଆ ମୁଖ୍ଯଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶକୁ ନେଇ ପ୍ରତିଷ୍ଠିତ ଜିମସାର ଅନୁଷ୍ଠାନର ଏଭଳି ମହନୀୟ ମାନବ ସେବା ବାସ୍ତବିକ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ସିଏମଓ ଡାକ୍ତର ଦାଶଙ୍କ ସମେତ ଡାକ୍ତର ବିକ୍ରମ ଷଡଙ୍ଗୀ, ଡାକ୍ତର ଜି ଲୋହିତ କୁମାର ପ୍ରମୁଖ ୧୧୦ ଜଣ ରୋଗୀଙ୍କର ସ୍ଵାସ୍ଥ୍ଯ ପରୀକ୍ଷା କରିଥିଲେ । ରୋଗୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିର ପରିଚାଳନାରେ ମାର୍କେଟିଂ ପରିଚାଳକ ଶ୍ରୀହର୍ଷ ସାମଲ, ବିପିଓ ତପନ କୁମାର ବାରିକ, ଫର୍ମାସିଷ୍ଟ ସ୍ନେହାଶିଷ ରଥ, ନର୍ସ ଅଶୋକ କୁମାର ପ୍ରଧାନ, ନରେଶ ବେହେରା, ଡାଇଲିସିସ୍ ଟେକ୍ନିସିଆନ ସଞ୍ଜୟ ସାମଲ, ବିଏସସି ନର୍ସିଂ ଛାତ୍ର ସତ୍ଯଜିତ ବେହେରା, ସତ୍ଯ ସ୍ବରୁପ ପଟ୍ଟନାୟକ, ସହାୟିକା ମାମାଲି ନାଏକ, ପ୍ରଭାସିନୀ ରାଉତ ଓ ଆମ୍ବୁଲାନ୍ସ ଚାଳକ ଭାସ୍କର ରାଉତ ସହଯୋଗ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories