www.samajalive.in
Sunday, November 16, 2025
15.1 C
Bhubaneswar

ଟ୍ରେନ ଅପହରଣ ନାଟକ ଶେଷ: ସମସ୍ତ ବିଦ୍ରୋହୀ ନିହତ, ବହୁ ପଣବନ୍ଦୀଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଟ୍ରେନ ଅପହରଣ କରିଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ସମସ୍ତ ବିଦ୍ରୋହୀଙ୍କୁ ପାକ୍ ସୁରକ୍ଷାକର୍ମୀମାନେ ନିପାତ କରିଛନ୍ତି। ବାଲୋଚିସ୍ତାନ ପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗତି ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ସୂଚନା ଦେଇଛନ୍ତି। ଏହି ଅପହରଣ ଘଟଣାରେ ବିଏଲଏ ବିଦ୍ରୋହୀମାନେ ବହୁ ପଣବନ୍ଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। କାରଣ ଅପହରଣ କରାଯାଇଥିବା ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୫୦ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

ଗତ ମଙ୍ଗଳବାର ବିଏଲଏ ବିଦ୍ରୋହୀମାନେ କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ କରିନେଇଥିଲେ। ଯାତ୍ରୀମାନଙ୍କୁ ପଣବନ୍ଦୀ କରି ଗିରଫ ହୋଇଥିବା ବିଏଲଏ ବିଦ୍ରୋହୀମାନଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଥିଲା। କିନ୍ତୁ ପାକ୍‌ ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରାଯାଇ ବନ୍ଧକଙ୍କୁ ମୁକ୍ତ କରିବାକୁ ଉଦ୍ୟମ ହୋଇଥିଲା। ବୁଧବାର ସୁଦ୍ଧା ସମସ୍ତ ବିଦ୍ରୋହୀଙ୍କୁ ନିପାତ କରାଯାଇଥିବା ପାକିସ୍ତାନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories