କୁନି ଶିଶୁ ନିଖୋଜ, ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ୧୫ନମ୍ବର ୱାର୍ଡର  ଛୋଟିଆ ଶିଶୁ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଘାଗୁଡିମାଳ ଗ୍ରାମର ନାଗବଂଶ ଅଜିତଙ୍କ ଏକ ବର୍ଷ ଛଅ ମାସର ପୁଅ ନିଲେସ ନାଗବଂଶ ନିଖୋଜ ହୋଇଯାଇଛି ।  ଗତକାଲି ମଙ୍ଗଳବାର ସନ୍ଧ୍ୟା ୫ଘଣ୍ଟା ସମୟରେ ଗାଁ ମୁଣ୍ଡରେ ଖେଳୁଥିଲା । କିଛି ସମୟ ପରେ ଦେଖା ଗଲାନାହିଁ । କାହା ଘରେ ଖେଳୁଥିବ ବୋଲି ଭାବି କିଛି ସମୟ ନିରବ ରହିଥିଲେ । କିନ୍ତୁ ରାତ୍ର ହୋଇଗଲା ପୁଅ ନିଲେସ ଘରକୁ ନ ଆସିବାରୁ ବାପା ଅଜିତ ,ଜେଜେବାପା ଯୁଧିଷ୍ଠିର, ମାଆ ଲିପି ନାଗବଂଶ ପରିବାର ସହ ଗ୍ରାମବାସୀ ମିଳିତରେ ଗ୍ରାମ ଆଖ ପାଖ, ନଦୀ ନାଳ, ଲତାବୁଦା ଖୋଜାଖୋଜି କରିଥିଲେ ।କିନ୍ତୁ ପୁଅର କୌଣସି ଖବର ପାଇନଥିଲେ ।ଦୁଇ ଫୁଟ ଉଚ୍ଚତା ର ପୁଅ ,ଗୋରା ବର୍ଣ୍ଣ,ଲମ୍ବା ମୁହଁ, ଶରୀର ପତଳା, ବେକରେ ଦେଉରୀଆ ପିନ୍ଧିଥିବା ସହ ରଙ୍ଗ ବର୍ଣ୍ଣର ସାର୍ଟ ପିନ୍ଧିଥିବା ନେଇ ଆଜି ସକାଳେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାଅଧିକାରୀ ନୀଳକଣ୍ଠ ବେହେରା ,ଏଏସଆଇ ପୁରୁଷୋତ୍ତମ ଜାନି ପ୍ରମୁଖ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ଶିଶୁର ନିଖୋଜ ବିଷୟରେ ଅନୁସନ୍ଧାନ କରିଥିଲେ । ବର୍ତ୍ତମାନ ଖବର ଲେଖା ହେବା ସୁଦ୍ଧା  ଶିଶୁର ଖୋଜ ଖୋଜି ଚାଲିଥିବା ସୂଚନା ମିଳିଛି ।

Comments are closed.