www.samajalive.in
Sunday, November 16, 2025
15.1 C
Bhubaneswar

ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତରେ ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ଗୋବିନ୍ଦପୁର ପୋଖରୀ ଉନ୍ନତିକରଣ ନିମନ୍ତେ ଦୁଇ ଲକ୍ଷ ଟଙ୍କା ବ୍ୟୟ ହୋଇ କାମ ହୋଇଥିଲା । ପୁନର୍ବାର ୨୦୨୩/୨୪ ଆର୍ଥିକ ବର୍ଷରେ ସେହି ପୋଖରୀ ପାଇଁ ପଞ୍ଚମ ଅର୍ଥ କମିଶନରେ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁରୀ ହୋଇ କାମହେଲା । ସେହି ୨୦୨୪/୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଚଞ୍ଚକତା କରି ସେହି ପୋଖରୀର ନାମ ବଦଳା ଯାଇ ଜେନା ବନ୍ଧ ସାହି ପୋଖରୀ ଉନ୍ନତିକରଣ ନାମରେ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ୧୫/୧୧/୨୪ ରେ କାମ ଆରମ୍ଭ ହୋଇ ଚଳିତ ମାସ ୧୫ ତାରିଖ ରେ କାମ ଶେଷ ହେବା ଫଳକରେ ଦର୍ଶା ଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ଏହି ଯେ ପଞ୍ଚମ ଅର୍ଥ କମିଶନ ଅର୍ଥରେ ବ୍ୟୟ ହୋଇଥବା ୨ଟି ପର୍ଯ୍ୟାୟର ଅର୍ଥ ଗୋବିନ୍ଦପୁର ପୋଖରୀ ପୁନରୁଦ୍ଧାର ନ ହୋଇ ଏହି ଜେନା ବନ୍ଧ ପୋଖରୀରେ ଖର୍ଚ୍ଚ କରାଯାଇଛି । ମନରେଗା ଯୋଜନାର ୧୦ ଲକ୍ଷ ଟଙ୍କା ଆତ୍ମ ସାତ ହୋଇଛି କିମ୍ବା କାମ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ କେଉଁ ସ୍ୱାର୍ଥରେ କାହା ପରାମର୍ଶରେ ଗୋଟିଏ ପୋଖରୀ ପାଇଁ ୩ ଟି ଯୋଜନାରେ ଅର୍ଥ ବ୍ୟୟ ହେଲା ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ହେଲେ ପ୍ରକୃତ କଥା ଜଣାପଡିବ ବୋଲି ଦାବି ହେଉଛି । ତେବେ ଏନେଇ ସାହାରପଡ଼ା ଏପିଓ ସରସ୍ଵତୀ ସୋରେନଙ୍କୁ ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ ନୂଆ କରି ବ୍ଲକକୁ ଆସିଥିବାରୁ ତଦନ୍ତ ପରେ ଯାହା ଉତ୍ତର ରଖିବେ ବୋଲି କହିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories