www.samajalive.in
Thursday, December 11, 2025
14.1 C
Bhubaneswar

ମନି ମ୍ୟୁଲ କ’ଣ – ଏହି ସ୍କାମ ଠାରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ

ଭୁବନେଶ୍ୱର : ମନି ମ୍ୟୁଲ କହିଲେ ସେହି ବ୍ୟକ୍ତିଙ୍କୁ ବୁଝାଏ ଯେଉଁମାନେ ସ୍କାମ କିମ୍ବା ବେଆଇନ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଅନ୍ୟମାନଙ୍କ ତରଫରୁ ଗୋଟିଏ ଆକାଉଂଟରୁ ଅନ୍ୟ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରନ୍ତି । ଜଣେ ମନି ମ୍ୟୁଲ ସାଧାରଣତଃ ଏକ ଶୁଳ୍କ କିମ୍ବା ପୁରସ୍କାରର ମିଥ୍ୟା ପ୍ରତିଶ୍ରୁତି ପାଇଁ ନିଜ ଆକାଉଂଟରେ ଫଣ୍ଡ ପ୍ରାପ୍ତ କରନ୍ତି ଏବଂ ପରେ ତାହାକୁ ଅନ୍ୟ ଏକ ଆକାଉଂଟକୁ ଟ୍ରାନ୍ସଫର କରନ୍ତି । କିଛି ଲୋକ ଏହି ଯୋଜନାରେ ନିଜ ଇଚ୍ଛାରେ ଭାଗ ନେବାବେଳେ ଅନେକ ଠକାମୀର ଶିକାର ହୋଇ ଏହି ଅପରାଧର ଭାଗୀ ହୋଇଥାନ୍ତି । ମ୍ୟୁଲ ଆକାଉଂଟଗୁଡ଼ିକ ସାଧାରଣତଃ ମନି ଲଣ୍ଡରିଂ ସ୍କିମରେ ଜଡ଼ିତ, ଯେଉଁଠାରେ ଚୋରି ହୋଇଥିବା ଫଣ୍ଡର ଉତ୍ପତିକୁ ଅସ୍ପଷ୍ଟ କରିବା ପାଇଁ ଅନେକ ଆକାଉଂଟର ବ୍ୟହାର କରାଯାଏ । ଯାହା ଫଳରେ କର୍ତୃପକ୍ଷଙ୍କ ପାଇଁ ଅପରାଧିକ କାର୍ଯ୍ୟକଳାପ ସମ୍ବନ୍ଧିତ ଟ୍ରାଞ୍ଜାକସନକୁ ଖୋଜି ବାହାର କରିବା କଷ୍ଟକର ହୋଇଥାଏ । ଏହି ଆକାଉଂଟଗୁଡ଼ିକ ଫିସିଂ ସ୍କିମ, ଲଟେରୀ ଠକେଇ, କିମ୍ବା ବିନିଯୋଗ ସମ୍ବନ୍ଧୀୟ ଠକେଇ ଆଦି ପରି ସ୍କାମରେ ବ୍ୟବହୃତ ହୋଇପାରେ । ଯେଉଁଠାରେ ପୀଡ଼ିତମାନେ ଠକାମୀର ଶିକାର ହୋଇ ଏହି ଆକାଉଂଟକୁ ଟଙ୍କା ପଠାଇବାକୁ ବାଧ୍ୟ ହୋଇଥାନ୍ତି ।
ଏହି ପରିପ୍ରେକ୍ଷୀରେ ଫୋନପେର ସାଇବର ସୁରକ୍ଷା ବିଶେଷଜ୍ଞମାନେ ଜବ ସ୍କାମ୍‌ର ଶୀକାର ହେବାରୁ ନିଜକୁ ରକ୍ଷା କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସେୟାର କରିଛନ୍ତି । ମନି ମ୍ୟୁଲରୁ ରକ୍ଷା ପାଇବା ପାଇଁ, ଅନଲାଇନରେ ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ, ଅନ୍ୟ କାହା ପାଇଁ ବ୍ୟାଙ୍କ ଆକାଉଂଟ ଖୋଲନ୍ତୁ ନାହିଁ କିମ୍ବା ପାସୱାର୍ଡ କିମ୍ବା ଓଟିପି ପରି ବ୍ୟକ୍ତିଗତ ବ୍ୟାଙ୍କିଂ ସୂଚନା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ନାହିଁ । ମିଥ୍ୟା ଜବ ଅଫର କିମ୍ବା ଫଣ୍ଡ ଟ୍ରାନ୍ସଫର ଆବଶ୍ୟକ କରୁଥିବା ପୁରସ୍କାର ପ୍ରତି ସତର୍କ ରୁହନ୍ତୁ, ଏବଂ ଆପଣଙ୍କ ଆକାଉଂଟ ଟ୍ରାଞ୍ଜକସନ ଉପରେ ନିରନ୍ତର ନଜର ରଖନ୍ତୁ, ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ଆପଣଙ୍କ ବ୍ୟାଙ୍କକୁ ରିପୋର୍ଟ କରନ୍ତୁ, ଏବଂ ସରକାରୀ ବ୍ୟାଙ୍କ ଯୋଗାଯୋଗ ମାଧ୍ୟମରେ ସୂଚନା ବିଷୟରେ ଅବଗତ ରୁହନ୍ତୁ ।
ଯଦି ଆପଣ ଫୋନପେରେ ଜବ ସ୍କାମରମାନଙ୍କ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ଫୋନପେ ଆପରେ କିମ୍ବା ଗ୍ରାହକ ସେବା ନମ୍ବର ୦୮୦-୬୮୭୨୭୩୭୪ / ୦୨୨-୬୮୭୨୭୩୭୪ କିମ୍ବା ଫୋନପେର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏପରି ସ୍କାମ ବିଷୟରେ ରିପୋର୍ଟ କରିପାରିବେ । ସର୍ବଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ରେ ଅନଲାଇନରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା ୧୯୩୦ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନ ସହିତ ଯୋଗାଯୋଗ କରିପାରିବେ ।
ମନି ମ୍ୟୁଲ ନେଟୱର୍କ ହେଉଛି ଏପରି ଏକ ଅପରେସନ ଯେଉଁଠାରେ ଅପରାଧୀମାନେ ନିଜ ନାମ ଗୋପନ ରଖି ପୀଡ଼ିତ ଏବଂ ମ୍ୟୁଲ ମଧ୍ୟରେ ଯତ୍ନର ସହ ଟ୍ରାଞ୍ଜାକସନ କରନ୍ତି । ଏହି ଅପରେସନର ମୁଖ୍ୟ ସୂତ୍ରଧାର “ମ୍ୟୁଲ କଂଟ୍ରୋଲର” କିମ୍ବା “ରିକ୍ୟୁଟର” ହୋଇଥାନ୍ତି ଯେଉଁମାନେ ଏହି ଠକାମୀର ନେଟୱର୍କକୁ ଚଲେଇଥାନ୍ତି । ମ୍ୟୁଲ କଂଟ୍ରୋଲର ଲୋକମାନଙ୍କୁ ନକଲି ଚାକିରି ଅଫର କିମ୍ବା ସୋସିଆଲ ମିଡିଆ ସ୍କାମ ପରି ଠକାମୀ କୌଶଳ ମାଧ୍ୟମରେ ନିଯୁକ୍ତି ଦିଅନ୍ତି, ଏବଂ ତା’ପରେ ସେମାନଙ୍କର ଆକାଉଂଟକୁ ବେଆଇନ ଫଣ୍ଡ ପ୍ରାପ୍ତ କରିବା ଏବଂ ପଠାଇବା ପାଇଁ ବ୍ୟବହାର କରନ୍ତି । ପ୍ରାୟତଃ ସ୍କାମ କିମ୍ବା ଚୋରି ହୋଇଥିବା କ୍ରେଡିଟ କାର୍ଡରୁ ସେମାନଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ, ମୁଦ୍ରା ରୂପାନ୍ତର କରିବାକୁ କିମ୍ବା ସାମଗ୍ରୀ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇ, ଶେଷରେ ମୂଳ ଉତ୍ସ ଓ ଇଚ୍ଛିତ ପ୍ରାପ୍ତକର୍ତାଙ୍କୁ ଅସ୍ପଷ୍ଟ କରିବା ପାଇଁ ଆର୍ôଥକ ଟ୍ରାଞ୍ଜକସନର ଏକ ଜଟିଳ ଜାଲ ସୃଷ୍ଟି କରନ୍ତି ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଚୋରି ହୋଇଥିବା ଅର୍ଥର ଅନୁସନ୍ଧାନରେ ବାଧା ସୃଷ୍ଟି କରନ୍ତି ।
ଠକମାନେ ଆର୍ôଥକ ଦୁର୍ବଳତା ଏବଂ ସହଜ ଆୟ ପାଇଁ ଇଚ୍ଛାର ଲାଭ ଉଠାଇ ମନି ମ୍ୟୁଲ ନିଯୁକ୍ତି କରନ୍ତି । ସେମାନେ ଏପରି କୌଶଳ ବ୍ୟବହାର କରନ୍ତି ଯେପରି ନକଲି ରିମୋଟ ଜବ ଅଫର, ଯେଉଁଠାରେ ଫଣ୍ଡ ଟ୍ରାନ୍ସଫର ପାଇଁ ବ୍ୟାଙ୍କ ଆକାଉଂଟ ଖୋଲିବାର ଅବଶ୍ୟକତା ହୋଇଥାଏ, ଠକାମୀଯୁକ୍ତ ବିନିଯୋଗ କିମ୍ବା ଲଟେରୀ ସ୍କାମ ଯେଉଁଥିରେ “ଜିତିବା” ପାଇଁ ଆକାଉଂଟ ଖୋଲିବା ଆବଶ୍ୟକ ହୁଏ ଏବଂ ନକଲି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ଯେଉଁଠାରେ ପୀଡିତମାନଙ୍କୁ ଅର୍ଥ ପଠାଇବା ସୁଗମ କରିବା ପାଇଁ ମାନସିକ ଭାବରେ ବାଧ୍ୟ କରାଯାଏ, ଯାହା ଦ୍ୱାରା ସେମାନେ ଗୁରୁତର ପରିଣାମର ଭୟରେ ଠକାମୀରେ ସାମିଲ ହୋଇଥାନ୍ତି ।
କିଛି ଲୋକ ନିଜ ଇଚ୍ଛାରେ ମନି ମ୍ୟୁଲ ହେଉଥିବା ବେଳେ ଅନେକ ଅଜାଣତରେ ସେଥିରେ ଜଡ଼ିତ ହୋଇଯାନ୍ତି । ତଥାପି, ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ମ୍ୟୁଲ ଆକାଉଂଟ ସହିତ ଜଡ଼ିତ ହେବା ଦ୍ୱାରା ଗମ୍ଭୀର ପରିଣାମ ହୋଇପାରେ, ଯେଉଁଥିରେ ମନି ଲଣ୍ଡରିଂ ଏବଂ ଠକେଇ ପାଇଁ ଫୌଜଦାରୀ ଅଭିଯୋଗ, ସମ୍ଭାବ୍ୟ ଜେଲଦଣ୍ଡ, ବ୍ୟାଙ୍କ ଆକାଉଂଟ ବନ୍ଦ, ଏବଂ ବ୍ୟକ୍ତିଗତ ଫଣ୍ଡ, ଆଇନଗତ ଖର୍ଚ୍ଚ, ସମ୍ଭାବ୍ୟ ଜୋରିମାନା ଏବଂ ଦଣ୍ଡ ଏବଂ କ୍ରେଡିଟ ରେଟିଂରେ ସ୍ଥାୟୀ କ୍ଷତି ଅନ୍ତର୍ଭୁକ୍ତ ରହିଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories