www.samajalive.in
Monday, December 8, 2025
13.1 C
Bhubaneswar

ଭାରତକୁ ଧନ୍ୟବାଦ ଦେଲେ ଅୱାମୀ ଲିଗ୍‌ ନେତା: କହିଲେ-‘ପ୍ରଧାନମନ୍ତ୍ରୀ ଭାବେ ଖୁବଶୀଘ୍ର ଫେରିବେ ଶେଖ ହସିନା’

ସମାଜ ଡିଜିଟାଲ ଡେସ୍କ: ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବେ ବାଂଲାଦେଶକୁ ଫେରିବେ। ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅୱାମୀ ଲିଗ୍‌ର ବରିଷ୍ଠ ନେତା ରବ୍ବି ଆଲମ। ହସିନାଙ୍କୁ ନିରାପଦ ଆଶ୍ରୟ ଦେଇଥିବାରୁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବାଂଲାଦେଶର ଯୁବପିଢ଼ି ଗୋଟିଏ ବଡ଼ ଭୁଲ କରିଛନ୍ତି। କିନ୍ତୁ ତାହା ସେମାନଙ୍କୁ ଭୁଲ ନୁହେଁ। ସେମାନଙ୍କୁ ଭୁଲ କରିବାକୁ ବାଧ୍ୟ କରାଯାଇଛି। ଆଳମ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ସେ ଇସ୍ତଫା ଦେଇ ଯେଉଁଠୁ ଆସିଛନ୍ତି ସେଠାକୁ ଚାଲିଯିବାକୁ କହିଛନ୍ତି। ହସିନା ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ହୋଇ ସ୍ବଦେଶ୍ଵ ପ୍ରତ୍ୟାବର୍ତ୍ତନ କରୁଥିବା ସେ କହିଛନ୍ତି।

ଆଲମ ଆହୁରି କହିଛନ୍ତି ଯେ, ଦେଶରେ ରାଜନୈତିକ ଅଭ୍ୟୁଦୟ ହେବା ଭଲ। କିନ୍ତୁ ବର୍ତ୍ତମାନ ବାଂଲାଦେଶରେ ଯାହାସବୁ ହେଉଛି ତାହା ହେବା ଅନୁଚିତ। ଦେଶରେ ରାଜନୀତି ନୁହେଁ, ବରଂ ଆତଙ୍କବାଦୀଙ୍କ ଅଭ୍ୟୁଦୟ ହେଉଛି। ଆମର ଅନେକ ନେତା ଭାରତରେ ଆଶ୍ରୟ ନେଇଛନ୍ତି। ସେଥିଲାଗି ଆମେ ଭାରତ ସରକାରଙ୍କ ପ୍ରତି କୃତଜ୍ଞ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ସମସ୍ତ ନାଗରିକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories