www.samajalive.in
Tuesday, December 9, 2025
17.1 C
Bhubaneswar

ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ହୋଇ ପାରୁନି ଛାତ୍ରୀ ନିବାସ ମରାମତି 

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ ଧାନବେଣୀଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ରହଣି ନିମନ୍ତେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି । ମାତ୍ର ବହୁ ପୁରୁଣା ଛାତ୍ରୀ ନିବାସଟିର ମରାମତି ଆବଶ୍ୟକ ଥିବାରୁ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ମରାମତି ନିମନ୍ତେ ଦଶ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ନିର୍ବାଚନ ଯୋଗୁ କାମ ହୋଇ ପାରିନଥିଲା l ନିର୍ବାଚନ ସରିବାର ୯ ମାସ ବିତି ଯାଇଥିଲେ ମଧ୍ୟ କାମ ହେବାର ନାଁ ଧରୁ ନାହାନ୍ତି  ବିଭାଗୀୟ ଅଧିକାରୀ । ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ ଶାସକ ଗୋଷ୍ଠୀର ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁ କାମ ହୋଇ ପାରୁନାହଁ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯାଇ ଏହି ଛାତ୍ରୀ ନିବାସର ମରାମତି କରାଯିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories