www.samajalive.in
Monday, December 8, 2025
20.1 C
Bhubaneswar

ଦିନେ ସାରା ବିଶ୍ଵ ଗେରୁଆ ପିନ୍ଧିବ: ଯୋଗୀ

ସମାଜ ଡିଜିଟାଲ ଡେସ୍କ: ସନାତନ ପରମ୍ପରା ଏବଂ ହିନ୍ଦୁତ୍ଵ ସହିତ ଗେରୁଆ ରଙ୍ଗର ସମ୍ପୃକ୍ତି ରହିଛି। ଦିନ ଆସିବ ସାରା ବିଶ୍ଵ ଗେରୁଆ ପିନ୍ଧିବ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି।

ଜନସାଧାରଣଙ୍କୁ ଉଦବୋଧନ ଦେଇ ଯୋଗୀ କହିଥିଲେ, ମୋ ବିଷୟରେ ଦୁନିଆ ଯାହା ଭାବିବା କଥା ଭାବୁ, କିନ୍ତୁ ବାସ୍ତବରେ ମୁଁ ଗେରୁଆ ବସ୍ତ୍ର ପରିଧାନ କରେ। ଏହା ମୋର ପରିଚୟ ଏବଂ ଆମ ସନାତନ ପରମ୍ପରାର ମଧ୍ୟ ପରିଚୟ। ମୁଁ ଏଥିରୁ ପ୍ରଚୁର ଗର୍ବ ଅନୁଭବ କରେ ଏବଂ ମୁଁ କହୁଛି, ଦିନେ ସାରା ବିଶ୍ଵ ଏହାକୁ ପରିଧାନ କରିବ।

- Advertisement -

ସମ୍ପ୍ରତି ସମ୍ଭଲ ମସଜିଦ ବିବାଦକୁ ନେଇ କହିଥିଲେ, କାହାର ବିଶ୍ଵାସକୁ ବଳପୂର୍ବକ ଅଧିକାର କରିବା ଅଗ୍ରହଣୀୟ। ବିଶେଷକରି ଯେତେବେଳେ ଆମେ ସମ୍ଭଲ ବିଷୟରେ ସମସ୍ତ ସତ୍ୟତା ଜାଣିଛୁ। ସମ୍ଭଲରେ ୧୫୨୬ରେ ଏକ ବିଷ୍ଣୁ ମନ୍ଦିର ରହିଥିଲା। ୫ ହଜାର ବର୍ଷ ତଳେ ଧର୍ମଗ୍ରନ୍ଥରେ ସମ୍ଭଲ ବିଷୟରେ ଉଲ୍ଲେଖ ରହିଛି। ସେଥିରେ ଭଗବାନ ବିଷ୍ଣୁଙ୍କ ପରଜନ୍ମ ବିଷୟରେ ମଧ୍ୟ କୁହାଯାଇଛି। ସମ୍ଭଲ ଐତିହାସିକ ସତ୍ୟକୁ ବର୍ଣ୍ଣନା କରେ ବୋଲି ସେ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories