ଗାୟତ୍ରୀ କଲେଜ ହଷ୍ଟେଲର ୪ ମହଲାରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଗାୟତ୍ରୀ ଡ଼ିଗ୍ରୀ କଲେଜ ହଷ୍ଟେଲର ଛାତରୁ ପଡ଼ି ଜଣେ ଛାତ୍ରଙ୍କ ଚିକିତ୍ସିତ ଅବସ୍ଥାରେର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଛାତ୍ର ଜଣକ ହେଲେ ଦିଗପହଣ୍ଡି ଥାନା ନୂଆଗଡ଼ର କିରଣ କୁମାର ବେହେରା (୨୨)ଏବଂ ସେ +୩ ବିଜ୍ଞାନ ଶେଷବର୍ଷର ଛାତ୍ର ବୋଲି ଜଣାପଡିଛି। ଗୁରୁବାର ରାତି ସାଢ଼େ ଆଠଟା ବେଳେ କିରଣ ହଷ୍ଟେଲର ଚତୁର୍ଥ ମହଲା ଛାତରୁ ତଳକୁ ପଡି ଗୁରୁତର ହୋଇଯାଇଥିଲେ। ଘଟଣା ପରେ ତୁରନ୍ତ କଲେଜ କର୍ତ୍ତୃପକ୍ଷ ଏକ ଗାଡି ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ହିଁ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ନେଇ କଲେଜର ପ୍ରଶାସନିକ ଅଧିକାରୀ ମାନସ କୁମାର ଦାସ ଆଜି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

prayash

ଅପରପକ୍ଷରେ ଛାତ୍ର କିରଣଙ୍କ ହଷ୍ଟେଲ ଛାତରୁ ପଡିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରେ କିରଣ ନିଜ ଭଉଣୀଙ୍କ ପରୀକ୍ଷା ହୋଇ ନ ଥିବା ନେଇ ମୋବାଇଲରେ କଥା ହୋଇଥିବା ନେଇ ତଦନ୍ତ ବେଳେ ଜଣାପଡିଛି। ଏହା ପରେ ରାତି ପ୍ରାୟ ୮.୨୦ ସମୟରେ ହଷ୍ଟେଲର ୪ ମହଲା ଛାତରୁ ପଡ଼ି ଆହତ ହୋଇଥିଲେ। ଏସ ଆଇ ଶୋଫିଆ ମିଶ୍ର ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

kalyan agarbati

Comments are closed.