ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ: ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୬ଟି ସ୍ବର୍ଣ୍ଣ ପଦକ ସହ ଗ୍ରୁପ ଚାମ୍ପିଅନ ଟ୍ରଫି ପ୍ରଦାନ

ଗୋପାଳପୁର: ବ୍ରହ୍ମପୁର ବିଦ୍ୟାଳୟରେ ତିନି ଧରି ଚାଲିଥିବା ପ୍ରଥମ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଆଜି ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ସ୍ଥିତ ଏମ୍ଏସସିବି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବେ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ଯୋଗ ଦେଇଥିଲେ। ଆଜିର ଏହି କାଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଅତିଥି ପରିଚୟ କରିଥିଲେ। ଆଜି ମୋଟ ୯ଟି ଇଭେଣ୍ଟର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ସବୁ କ୍ରୀଡ଼ାବିତଙ୍କୁ ପଦକ ଓ ମାନପତ୍ର ସହ ଅର୍ଥରାଶିର ଏକ ଚେକ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ପୁରୁଷ ବର୍ଗରେ ୧୫୦୦ମିଟର, ୫ହଜାର ମିଟର, ୧୦ହଜାର ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରଶ୍ମି ରଞ୍ଜନ ନାୟକଙ୍କୁ ବ୍ୟକ୍ତିଗତ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ମହିଳା ବର୍ଗରେ ୧୦୦ମିଟର, ୨୦୦ମିଟରେ ୨ୟ ଓ ୪୦୦ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାରିପଦାର ଏମ୍ଏସସିବିଡ଼ି ବିଶ୍ୱବିଦ୍ୟାଳୟର ସୁଖି ବାସ୍କେଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

 

ଗ୍ରୁପ ଚାମ୍ପିଅନ ଟ୍ରଫି ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଏହାସହ ପୁରୁଷ ଓ ମହିଳା ବର୍ଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ବିଭିନ୍ନ କ୍ରୀଡ଼ାରେ ପ୍ରଥମ ସ୍ଥାନ ଅଧିକାର କରି ୧୬ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଫୁଲ କୁମାର ମହାନ୍ତି, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କୁଳସଚିବ ପ୍ରଦୀପ ମିଶ୍ର, ଉପ କୁଳସଚିବ ଡ଼ଃ ବାବୁଜି ସାମଲ, ପରୀକ୍ଷା ନିୟନ୍ତ୍ରକ ଡ଼ଃ ସୁରେନ୍ଦ୍ର ସେଠି, ପିଜି କାଉନସିଲର ଅଧକ୍ଷ ପ୍ରଫେସର ପ୍ରତାପ ମହାନ୍ତି, ସିଡିସି ନିର୍ଦେଶକ ପ୍ରଫେସର ଅରୁନ୍ଧତୀ ରଥ, ବନ୍ଦିତା ପଣ୍ଡା, ମିହିର କୁମାର ତ୍ରିପାଠୀ, ଶଙ୍କର ମାଝୀ,ରାଜେଶ ମହାନ୍ତି, ରବି ମିଶ୍ର, କ୍ରିଷ୍ଣା ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ରୀଡ଼ା ପରିଷଦର ସମ୍ପାଦକ ଶେଷଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.