ଗୋପାଳପୁର ଏନଏସି:ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷ ହେଲେ ଏ.ଜାନକୀରାମ

ଗୋପାଳପୁର: ଗୋପାଳପୁର ଏନଏସିରେ ଆଜି ଅନୁଷ୍ଠିତ ଭୋଟ ଗଣତି ଫଳାଫଳ ଘୋଷଣା ହେବା ପରେ ବିଜେଡି ଦଳ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ଏ.ଜାନକୀ ରାମ ୪୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ଗୋପାଳପୁର ଏନଏସି ଅଧ୍ୟକ୍ଷ ପାଇଁ ମୋଟ ୩୯୯୯ ଜଣ ନିଜର ମତଦାନ କରିଛନ୍ତି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଏ.ଜାନକୀରାମ ମୋଟ ୨୧୮୩ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ବି.ରାମାରାଓ ୧୭୨୦ ଭୋଟ, କଂଗ୍ରେସ ପ୍ରାର୍ଥୀ ଦୁର୍ୟ୍ୟୋଧନ ବେହେରା ୫୭ ଭୋଟ ପାଇଥିଲେ। ଏଠାରେ ଭୋଟରମାନେ ନୋଟାରେ ୩୯ଟି ଭୋଟ ଦେଇଛନ୍ତି।

prayash

ଅନ୍ୟପଟେ ଏ.ଜାନକୀରାମ ଚଳିତ ନିର୍ବାଚନରେ ବିଜୟୀ ହେବା ପରେ ଏହା ତାଙ୍କର ଅଧ୍ୟକ୍ଷ ଭାବରେ ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି। ଗୋପାଳପୁରର ସର୍ବାଙ୍ଗୀନ ଉନ୍ନତି ସହ ଏହାକୁ ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ଭାବରେ ପରିଗଣିତ ସହ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନରେ ନିଜକୁ ସମର୍ପିତ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ପଟେ ୧୧ ଟି ୱାର୍ଡ ମଧ୍ୟରୁ ନିର୍ବାଚନରେ ୮ ଟି ୱାର୍ଡ ବିଜେଡି ଅକ୍ତିଆରକୁ ଯାଇଥିବା ବେଳେ ୩ ଟି ବିଜେପି ଅକ୍ତିଆରକୁ ଯାଇଛି। ୧ ନଂ ୱାର୍ଡ ରେ ବିଜେଡି ପ୍ରାର୍ଥୀ ଏସ ବିରେନ କୁମାର, ୨ ନଂ ୱାର୍ଡରେ ବିଜେପିର ରତନୀ ନାୟକ, ୩ ନଂ ୱାର୍ଡରେ ବିଜେଡିର ବା ଗୋପାଳକ୍ରିଷ୍ଣା, ୪ ନଂ ୱାର୍ଡରେ ବିଜେଡିର କଳ୍ପନା ବେହେରା, ୫ ନଂ ୱାର୍ଡରେ ଅପ୍ରତିଦ୍ବନ୍ଦୀ ଭାବେ ବିଜେଡିର ନିର୍ମଳା କୁଜୁର, ୬ ନଂ ୱାର୍ଡରେ ବିଜେଡିର ସୁନିତା ସାହୁ, ୭ ନଂ ୱାର୍ଡରେ ବିଜେପିର ଏମ କାମେଶ୍ବରୀ, ୮ ନଂ ୱାର୍ଡରେ ବିଜେଡିର ଜି.ମୋହନ ରାଓ, ୯ ନଂ ୱାର୍ଡରେ ବି.ଉମା, ୧୦ ନଂ ୱାର୍ଡରେ ବିଜେଡିର ଜି.ମୋହନ ରାଓ, ୧୧ ନଂ ୱାର୍ଡ ରେ ବିଜେପିର କେ କାଲେଶୁ ପ୍ରମୁଖ ନିର୍ବାଚିତ ହୋଇଥିବା ଏନଏସି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣାପଡିଛି। ଏହି ବିଜୟ ପରେ ବିଜେଡି ସମର୍ଥକଙ୍କ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ସ୍ଥାନୀୟ ଠାକୁରାଣୀ ମନ୍ଦିରରୁ ବାହାରି ନଗର‌ ପରିକ୍ରମା କରିଥିଲେ।

kalyan agarbati

Comments are closed.