www.samajalive.in
Monday, December 15, 2025
24.1 C
Bhubaneswar

ଆଠଗଡ଼ରେ ରାଧାନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ : ଭର୍ତ୍ତୃହରି

କଟକ: ଓଡ଼ିଶାର ଅନ୍ୟତମ ବରପୁତ୍ର ତଥା ଉତ୍କଳମଣି ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଆଠଗଡ଼ଠାରେ ପ୍ରତିଷ୍ଠା କରିବାକୁ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଓଡ଼ିଶାର ବହୁଳ ପ୍ରସାରିତ ‘ସମାଜ’ର ସମ୍ପାଦକ ଭାବେ ସେ ଯେପରି ସୁନାମର ଅଧିକାରୀ ହୋଇଛନ୍ତି, ଜଣେ ମନ୍ତ୍ରୀ ଭାବେ ସେ ନିଜର ଦକ୍ଷତା ପ୍ରତିପାଦନ କରିଯାଇଛନ୍ତି। ତେଣୁ ରାଧାନାଥ ବାବୁଙ୍କ ପ୍ରତିମୂର୍ତ୍ତି ଶୀଘ୍ର ସ୍ଥାପନ ଲାଗି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିବା ସହିତ ଓଡ଼ିଶା ସରକାର ରାଜ୍ୟର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ନେଇଥିବା ନିଷ୍ପତ୍ତି ଆନନ୍ଦର ବିଷୟ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମରେ ଅବଦାନ ଥିବା ପୂଜନୀୟ ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ତାଙ୍କର ଜନ୍ମମାଟି ଓ କର୍ମକ୍ଷେତ୍ରରେ ପ୍ରତିଷ୍ଠା କରିବା ଦରକାର। ତାହା ରାସ୍ତାଘାଟରେ ପ୍ରତିଷ୍ଠା ନ ହୋଇ କୌଣସି ଶିକ୍ଷାନୁଷ୍ଠାନ ଓ ପାର୍କରେ ପ୍ରତିଷ୍ଠା କରାଗଲେ ଉଚିତ ସମ୍ମାନ ପ୍ରଦାନ କରାଯାଇପାରିବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories