ବାଣୀବିହାରରେ ମା’ ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ମହାସମାରୋହ

ଭୁବନେଶ୍ବର: ବାଣୀପୀଠ ବାଣୀବିହାରରେ ଏଥର ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋରେ ପାଳନ କରାଯାଉଛି। ଏଥିରେ ଶିକ୍ଷକ କର୍ମଚାରୀ ଛାତ୍ରଛାତ୍ରୀ ଏବଂ ବହୁସଂଖ୍ୟାରେ ପୁରାତନ ପ୍ରଫେସର, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି। ୧୯୭୪ ମସିହାରୁ ନିରବିଛିନ୍ନ ଭାବେ ପାଳିତ ହୋଇଆସୁଥିବା ଦୁର୍ଗା ପୂଜା ସହିତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ଏବଂ କାଳୀପୂଜା ମଧ୍ୟ ଯୋଡ଼ିହୋଇଯାଇଛି। ଏହି ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ତଥା ଦୁର୍ଗାପୂଜା ସମିତିର ସଭାପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

prayash

ଦୁର୍ଗାପୂଜା ସହ ଗଜଲକ୍ଷ୍ମୀ ପୂଜା ଓ କାଳୀ ପୂଜା ସଫଳତାର ସହ ସମ୍ପାଦନ କରିବାରେ ପୂଜାସମିତିର ସମ୍ପାଦକ ପ୍ରଫେସର ପ୍ରବୋଧ କୁମାର ହୋତା, ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଫେସର କବିର ମୋହନ ସେଠୀ, ସୁଜିତ କୁମାର ଆଚାର୍ଯ୍ୟ, ରଞ୍ଜନ ସାମଲ, ଶରତ ମିଶ୍ର, ଅନନ୍ତ ନାୟକ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ଉଦ୍ୟମ ପ୍ରଶଂସନୀୟ। ମା ଦୁର୍ଗାଙ୍କ ପୂଜାକୁ ନିଷ୍ଠାର ସହ ପାଳନ ସଙ୍ଗେ ସଙ୍ଗେ ସବୁ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଛି। ଏହା ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶୈକ୍ଷିକ ବାତାବରଣ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।

Comments are closed.