www.samajalive.in
Saturday, December 6, 2025
19.1 C
Bhubaneswar

ସୁନା ନା ଶେୟାର ? ଜାଣନ୍ତୁ କେଉଁଥିରେ ନିବେଶ ଦେଉଛି ସର୍ବାଧିକ ରିଟର୍ନ

ନୂଆଦିଲ୍ଲୀ: ଅର୍ଥ ନିବେଶ କରି ଅଧିକ ରିଟର୍ନ ବା ଲାଭ ପାଇବାକୁ ସମସ୍ତେ ଇଚ୍ଛୁକ ଥାଆନ୍ତି। କିନ୍ତୁ କେଉଁ କ୍ଷେତ୍ରରେ ନିବେଶ କଲେ ଅଧିକ ରିଟର୍ନ ମିଳିବ ତାହା ଅନେକେ ବୁଝିପାରି ନ ଥାନ୍ତି। କେହି କେହି ଶେୟାର ମାର୍କେଟରେ ନିବେଶ କରନ୍ତି ତ ଆଉ କେହି ରିୟଲ ଇଷ୍ଟେଟ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ କରନ୍ତି। କିନ୍ତୁ ସବୁଠି ସମାନ ରିଟର୍ନ ମିଳି ନ ଥାଏ। ତେବେ ଆସନ୍ତୁ ଜାଣିବା ବିଗତ ୫ବର୍ଷ ଭିତରେ କେଉଁଥିରେ ନିବେଶ ଅଧିକ ଫଳପ୍ରଦ ହୋଇଛି, ଭଲ ରିଟର୍ନ ଦେଇଛି। ସୁନା ନା ଶେୟାର ବଜାର ?

ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ସୁନାରେ ନିବେଶ କରିଥିବା ନିବେଶକଙ୍କୁ ବାର୍ଷିକ ୧୮ ପ୍ରତିଶତ ରିଟର୍ନ ମିଳିଛି। ଏହି ସମୟ ମଧ୍ୟରେ ଶେୟାର ବଜାର ଅର୍ଥାତ ନିଫ୍‌ଟିରେ ବାର୍ଷିକ ୧୫ ପ୍ରତିଶତ ରିଟର୍ନ ଆସିଛି। ତେବେ ଗତ ଏକ ବର୍ଷ, ୩ ବର୍ଷ, ୧୦ ବର୍ଷ ଏବଂ ୧୫ ବର୍ଷର ତଥ୍ୟକୁ ହିସାବକୁ ନେଲେ ନିଫ୍‌ଟି ଶେୟାର ସୁନାକୁ ପଛରେ ପକାଇ ଦେଇଛି। ଗତ ୭ ବର୍ଷର ଅବଧିରେ ଉଭୟ କ୍ଷେତ୍ରରେ ରିଟର୍ନ ପାଖାପାଖି ସମାନ ରହିଛି। ଏହି ସମୟରେ ନିଫ୍‌ଟି ୧୫ ପ୍ରତିଶତ ରିଟର୍ନ ଦେଇଥିବାବେଳେ ସୁନାରେ ନିବେଶ ରିଟର୍ନ ୧୪ ପ୍ରତିଶତ ରହିଛି। ଆମ୍ବିଟ ଗ୍ଲୋବାଲ ପ୍ରାଇଭେଟ କ୍ଲାଏଣ୍ଟ ସିଇଓ ଅମୃତା ଫରମାନଙ୍କ ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଘରୋଇ ବଜାରରେ ୨୨ କ୍ୟାରାଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ଛୁଇଁଥିଲା। ଏବେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇ ୨୨ କ୍ୟାରାଟ ସୁନା ୧୦ ଗ୍ରାମ ପିଛା ପାଖାପାଖି ୬୭ ହଜାର ରହିଛି। ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା ଉପରେ ଗୁରୁତ୍ଵ ଦେଉଥିବାରୁ ଏହାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅମୃତା ଫରମାନ୍‌ କହିଛନ୍ତି। ଏସବୁ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଭାରତ, ଚୀନ ଏବଂ ରୁଷ ସାମିଲ ଅଛନ୍ତି​‌ ବୋଲି ସେ କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories