ଚୋରା ସ୍କ୍ରପିଓ ସହ ୪୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

ଗୋଳନ୍ଥରା: ଗୋଳନ୍ଥରା ଥାନାକୁ ପୁଣିଥରେ ମିଳିଛି ଆଉ ଏକ ସଫଳତା। ଅଟୋ ନଗରରେ ଖାନ ତଲାସି ସମୟରେ ଏକ ଗ୍ୟାରେଜ ପରିସରରୁ ନମ୍ବର ବିହୀନ ସ୍କ୍ରପିଓ ଜବତ ସହ ୪୦ ଲକ୍ଷ ଟଙ୍କାର ବିଭିନ୍ନ ଭାରିଯାନର ଯନ୍ତ୍ରାଂଶ ଜବତ କରାଯିବା ସହ ଗ୍ୟାରେଜ ମାଲିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଗ୍ୟାରେଜ ମାଲିକ ଜଣଙ୍କ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅମ୍ବିକା ନଗରର ସମିର ସାମଲ ଓରଫ ସମିର ପାଣ୍ଡେ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।ଗତ କିଛି ଦିନ ହେଲା ଅଟୋ ନଗର ପରିସରରେ ଥିବା କିଛି ଗ୍ୟାରେଜ ଓ ସ୍କ୍ରାପ ଦୋକାନ ଚଢ଼ାଉ କରାଯାଇ ତଦନ୍ତ କରିବା ସହ ଗ୍ୟାରେଜ ପରିସରରୁ ନମ୍ବର ବିହୀନ ଭାରିଯାନ ସହ ଲକ୍ଷାଧିକ ଟଂକାର ର ଯନ୍ତ୍ରାଂଶ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୋମବାର ଦିନ ପୁଲିସ ପକ୍ଷରୁ ଅଟୋ ନଗରରେ ଥିବା ସମିରଙ୍କ ଗ୍ୟାରେଜ ଚଢ଼ାଉ ସମୟରେ ଏକ ନମ୍ବର ବିହୀନ ସ୍କ୍ରପିଓ ଜବତ କରିଥିବା ବେଳେ ଏହାର ଚେସିସ ନମ୍ବର କୁ ଟେମ୍ପର କରାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ୟାରେଜ ମାଲିକ ସମିର ସନ୍ତୋଷ ଜନକ ଉତ୍ତର ଦେଇ ନପାରିବା ସହ କାଗଜପତ୍ର ଦେଖାଇ ପାରିନଥିଲେ। ତଦନ୍ତ ସମୟରେ ଗ୍ୟାରେଜ ପରିସରରୁ ଏକ ବାର ଚକିଆ ଭାରିଯାନର ବିନା ଚେସିସ ନମ୍ବର ରେ ଚେସିସ ଜବତ ସହ ବିନା ଇଞ୍ଜିନ ନମ୍ବରରେ ୧୦ଟି ଭାରିଯାନର ଇଞ୍ଜିନ, ୩ ଟି ଗ୍ୟାସ ସିଲିଣ୍ଡର ଗୋଟିଏ ଗ୍ୟାସ କଟର ସହ ପ୍ରାୟ ୪୦ ଲକ୍ଷ ଟଙ୍କା ର ଯନ୍ତ୍ରାଂଶ ଜବତ କରିବା ସହ ସମିରଙ୍କୁ ୧୩୯/୨୨ କେସ ନମ୍ବର ପ୍ରକାରେ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

Comments are closed.