ଅଦାର ଚମତ୍କାରୀ ଗୁଣ ଜୀବନଚର୍ଯ୍ୟାନିଉଜ ଆଲର୍ଟସ୍ଵାସ୍ଥ୍ୟ By Samaja Digital Last updated Jun 13, 2018 0 Share ବିଶେଷ କରି ଆମ ଭାରତୀୟ ବ୍ୟଞ୍ଜନରେ ଅଦାର ଉପଯୋଗିତା ସର୍ବାଧିକ ହେଉଥିବାର ଦେଖାଯାଏ। ଏହା ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ। -ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ସକାଳେ ଅଦା ଚା’ ପିଇଲେ ପେଟ ସମସ୍ୟା ଦୂର ହେବା ସହ ମୁଣ୍ଡବିନ୍ଧାରୁ ମଧ୍ୟ ରକ୍ଷା ମିଳେ। -ଖରା ଦିନ ହେଉ ଅବା ବର୍ଷା ଦିନ, ସୁପ୍ରେ ଅଦା ଛୋଟଛୋଟ ଖଣ୍ଡ କରି ପକାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରୁଥିବାର ପରୀକ୍ଷାରୁ ଜଣାପଡ଼ିଛି। Related Posts ଆସନ୍ତା ୧୩ ତାରିଖରେ ହେବ ଲକ୍ଷ୍ମୀପୁର… May 4, 2024 ବିକାଶ ଖୋଜୁଛି ପର୍ବତ ଶିଖରର ଆଖଡାଦାଣ୍ଡ ଗାଁ May 4, 2024 -ଓଜନ କମ୍ କରିବାକୁ ଚାହୁଁଥିଲେ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ଅଦାର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଉପକାରୀ। -ଖାଲି ପେଟରେ ଅଧ ଚାମଚ ଅଦାରସ ପିଇଲେ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହା ପାକସ୍ଥଳୀକୁ ଶକ୍ତି ଯୋଗାଉଥିବାର ପ୍ରକାଶ। -ଏହା ମଧ୍ୟରେ ଧ୍ୟାନରେ ରଖିବା ଆବଶ୍ୟକ ଯେ ଅଧିକ ପରିମାଣରେ ଅଦା ଖାଇଲେ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। -ଅଦାକୁ ଶୁଖାଇ ପରେ ଏହାକୁ ଗୁଣ୍ଡ କରି ରଖନ୍ତୁ। ୧ ଗିଲାସ ଉଷୁମ ପାଣିରେ ଅଧ ଚାମଚ ଅଦା ଗୁଣ୍ଡ ମିଶାଇ ପିଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ। 0 Share FacebookTwitterWhatsApp