www.samajalive.in
Monday, December 15, 2025
24.1 C
Bhubaneswar

ୟୁକ୍ରେନର ଲଢୁଆ ପାଇଲଟ ‘ଘୋଷ୍ଟ ଅଫ କିଭ୍‍’ ନିହତ

କିଭ୍‍: ‘ଘୋଷ୍ଟ ଅଫ କିଭ୍‍’ ନାମରେ ପରିଚିତ ୟୁକ୍ରେନର ଜଣେ ଲଢୁଆ ପାଇଲଟ ଶେଷରେ ଯୁଦ୍ଧ କ୍ଷେତ୍ରରେ ନିହତ ହୋଇଛନ୍ତି। ଗତମାସରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାହା ଏବେ ସର୍ବସମ୍ମୁଖକୁ ଆସିଛି। ତାଙ୍କର ପ୍ରକୃତ ନାମ ମେଜର ଷ୍ଟେପାନ୍‍ ତାରାବଲ୍‍କା ଏବଂ ବୟସ ୨୯ ବର୍ଷ ବୋଲି ଜଣାଯାଇଛି। ଗଣମାଧ୍ୟମ ସୂତ୍ର ଅନୁଯାୟୀ ସେ ଏକ ମିଗ୍‍-୨୯ ବିମାନ ଉଡାଣ କରୁଥିବା ବେଳେ ମାର୍ଚ୍ଚ ୧୩ ତାରିଖରେ ରୁଷ ସୈନ୍ୟମାନେ ତାଙ୍କ ବିମାନ ଉପରେ ଆକ୍ରମଣ କରି ତାହାକୁ ଖସାଇ ଦେଇଥିଲେ। ଯୁଦ୍ଧର ପ୍ରଥମ ଦିନ ସେ ୬ଟି ରୁଷ ବିମାନକୁ ଆକ୍ରମଣ କରି ଖସାଇ ଦେବାର ରେକର୍ଡ କରିଥିଲେ। ସେହି ସମୟରେ ତାଙ୍କ ପରିଚୟ ଗୋପନ ରଖାଯାଇଥିଲା।

ପରବର୍ତ୍ତୀ ସମୟରେ ସେ ରୁଷ୍‍ ଯୁଦ୍ଧ ବିମାନଗୁଡିକ ପାଇଁ କାଳ ପାଲଟି ଯାଇଥିଲେ। ଏହି କାରଣରୁ ୟୁକ୍ରେନ୍‍ରେ ତାଙ୍କୁ ଘୋଷ୍ଟ ଅଫ କିଭ୍‍ ବୋଲି ଆଖ୍ୟା ଦିଆଯାଇଥିଲା। ଯେତେବେଳେ ବି ସେ ଯୁଦ୍ଧକ୍ଷେତ୍ରକୁ ଆସୁଥିଲେ ସେତେବେଳେ ତାଙ୍କର ସମଗ୍ର ଶରୀର ବିମାନ ବାହିନୀ ପୋଷାକରେ ଲୁଚି ରହୁଥିଲା ଏବଂ ସେ ହେଲମେଟ ପିନ୍ଧୁଥିବାରୁ ତାଙ୍କୁ ମୁହଁ ଦେଖିବା ମଧ୍ୟ କଷ୍ଟକର ଥିଲା। ୟୁକ୍ରେନ ସୈନ୍ୟଙ୍କ ପାଇଁ ସେ ପ୍ରେରଣା ଓ ଭରସା ପାଲଟିଥିଲେ। ମୃତ୍ୟୁପରେ ତାଙ୍କ ପରିଚୟ ସର୍ବସମ୍ମୁଖକୁ ଆସିଛି। ୟୁକ୍ରେନ ରାଷ୍ଟ୍ରପତି ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories