ଘରେ ଥିବା ଏହି ଗୋଟିଏ ଉପାଦାନ, ବର୍ଷା ଦିନେ କେଶ ସମସ୍ୟା କରିବ ଦୂର !
ବର୍ଷା ଦିନେ ବାରମ୍ବାର ଓଦା ହେବା ବା ଭିଜିବା ଦ୍ବାରା କେଶ ସମସ୍ୟା ଦେଖା ଦେଇଥାଏ । ଏଥିରୁ ମୁକ୍ତି ପାଇଁ ଅନେକ ଲୋକ ଅନେକ ଉପାୟ କରିଥାନ୍ତି। ଏହା ସତ୍ତ୍ବେ ଏହି ସମସ୍ୟା ଦୂର ହେବା ପରିବର୍ତ୍ତେ ଅଧିକ ହୋଇଥାଏ । ବଜାରରେ ମିଳୁଥିବା ସମସ୍ତ କେମିକାଲ କ୍ରିମ୍ ଛାଡା ଘରେ ଥିବା କେବଳ ଗୋଟିଏ ଜିନିଷ ଆପଣଙ୍କ ସମସ୍ୟାକୁ ଦୂର କରିପାରିବ । ତେଣୁ ବର୍ଷା ଦିନେ କେଶ ସମସ୍ୟାରୁ ମୁକ୍ତି ପାଇବ ପାଇଁ ଆପଣାନ୍ତୁ ଏହି ଉପାୟ।
କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘିଅ ସବୁଠୁଁ ଉତ୍ତମ ଅଟେ। ଘିଅ କେଶ ମୂଳକୁ ମୁଜବୁତ୍ କରିଥାଏ । ଏହା ସହ କେଶ ସାଇନିଙ୍ଗ ହୋଇଥାଏ ।
ଘିଅକୁ କେଶ ମୂଳରେ ଭଲ ଭାବରେ ମାଲିସ କରି ୧୫ ମିନିଟ୍ ଛାଡି ଦିଅନ୍ତୁ । ପରେ ଚାହିଁଲେ ଶାମ୍ପୁ କରି ପାରିବେ ।
ଘିଅରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଫ୍ୟାଟ୍ କେଶକୁ ଘନତ୍ବ ଓ ଲମ୍ବା କରିବାରେ ସାହାଯ୍ୟ କରେ ।
ଘିଅରେ ଭିଟାମିନ୍ ଏ, ଡି, କେ ଏବଂ ଇ ଭରପୁର ମାତ୍ରାରେ ରହିଥାଏ । ଯାହା ଅସମୟରେ କେଶ ଝଡିବା ବନ୍ଦ କରେ ।