www.samajalive.in
Friday, December 12, 2025
14.1 C
Bhubaneswar

ଧାମରାଶ୍ରୀ ଉନ୍ମୋଚନ କଲେ କନିକା ରାଜା

ଧାମରା: ମକର ସଂକ୍ରାନ୍ତି ଅବସରରେ ଧାମରାର ମୁଖପତ୍ର ଧାମରାଶ୍ରୀ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କନିକାରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ରାଣୀ ମୃଣାଳିନୀ ଦେବୀ ଧାମରାରେ ପହଞ୍ଚି ଧାମରାଶ୍ରୀ ଉନ୍ମୋଚନ କରିଛନ୍ତି। ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ଧାମରା ଗଙ୍ଗାମାତା ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ନିଜର ମନ୍ଦିର ମା’ ଧାମରାଇଙ୍କ ନିକଟକୁ ପାଛୋଟି ନିଆଯାଇଥିଲା। ସେଠାରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ତାଙ୍କ ପତ୍ନୀ ରାଣୀ ମୃଣାଳିନୀ ଦେବୀ ପହଞ୍ଚି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ରାଜା ଏବଂ ରାଣୀଙ୍କୁ ଭେଟିବା ସହ ମା’ ଧାମରାଇ ମନ୍ଦିରର ବର୍ତ୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ଧାମରା ଅଞ୍ଚଳର ମୁଖପତ୍ର ଧାମରାଶ୍ରୀ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ। ଏହି ଅବସରରେ ଧାମରାଶ୍ରୀ ପତ୍ରିକାର ଉତ୍ତରୋତର ଉନ୍ନତି କାମନା କରିବା ସହ ଧାମରା ଅଞ୍ଚଳବାସୀଙ୍କୁ ସାଧୁବାଦ ଜଣାଇଥିଲେ। ଏହି ପତ୍ରିକା ଉନ୍ମୋଚନ ସମୟରେ ଧାମରା ମତ୍ସ୍ୟଜୀବୀ କମିଟିର ପୂର୍ବତନ ସଂପାଦକ ପ୍ରଫୁଲ ଜେନା, ମା’ଧାମରାଇ ମନ୍ଦିର ପରିଚାଳନା କମିଟିର ସୁରେଶ ମାହୁନ୍ତ, ପାପା ଜେନା, ପ୍ରମୋଦ ନାୟକ, ସୋନୁ ଲେଙ୍କା, ଅଭିମନ୍ୟୁ ରାଉତ, ନିତ୍ୟାନନ୍ଦ ମହାକୁଡ, ସୁଦର୍ଶନ ଲେଙ୍କା, ଚିତ ମହାନ୍ତି ମନ୍ଦିର ପୂଜାପଣ୍ଡା ସୁବାଶ ପଣ୍ଡାଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories