ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ବନାଞ୍ଚଳରୁ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ଆସି ଉତ୍ପାତ ଆରମ୍ଭ କରିବା ସହ ୪୮ ଘଣ୍ଟା ଭିତରେ ୧୨ ଜଣଙ୍କ ଘର ଓ ପାଚେରୀ ଭାଙ୍ଗିଲାଣି। ଏହି ହାତୀଟି ସୋମବାର ରାତି ପାଟଣା ବନାଞ୍ଚଳ ମଲ୍ଲୀପଶି ବିଟ୍ ରାମଚନ୍ଦ୍ରପୁର ଗାଁ ସୁମୀ ମୁଣ୍ଡାଙ୍କ ଖପର ଘର ସହ ଆଉ ଏକ ଘର ଭାଙ୍ଗି ଥିବାବେଳେ ବୃନ୍ଦାବନପୁର ଟଙ୍କଧର ମହାନ୍ତଙ୍କ ଟାଇଲ ଘର ଓ ଏହି ବିଟ୍ ଗୋବରା ବେଡା ଗ୍ରାମର ଦିବାକର ମହାନ୍ତଙ୍କ ଟାଇଲ ଘର ଭାଙ୍ଗି ଦେଇଥିବା ପାଟଣା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି । ସେହିପରି ଗତ କାଲି ସନ୍ଧ୍ୟାରେ ହାତୀଟି ବଡ଼ପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ ପ୍ରବେଶ କରି ସୁହାଗ ନାଏକ ଓ ଦାଶରଥି ମୁଣ୍ଡାଙ୍କ ଘର ଭାଙ୍ଗି ଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ପରେ ପରେ ଏହି ହାତୀଟି ବେଗନା ଗ୍ରାମର ନରହରି ସେଠୀ ଓ ଆତତ୍ରାଣ ସେଠୀଙ୍କ ଘର ପାଚେରୀ ଭାଙ୍ଗିଛି। ସେହିପରି ସିଲିପଦା ଗ୍ରାମର ଗୁଣନିଧି ମହାନ୍ତ ,ମାଳତୀ ମହାନ୍ତ , ବଲାଣିପଶି ଗ୍ରାମର ଦମୟନ୍ତୀ ମହାନ୍ତ ଓ ଖୁଣ୍ଟାପଡା ଗ୍ରାମର ଗହ୍ମା ମୁଣ୍ଡାଙ୍କ ଘରକୁ ଏହି ଦନ୍ତାଟି ଭାଙ୍ଗିବା ପରେ ବଡ଼ଦେଉଳୀ ଜଙ୍ଗଲରେ ଡେରା ପକାଇଥିବା ବନପାଳ ଭୂପତି କୁମାର ସେଠୀ ସୂଚନା ଦେଇଛନ୍ତି।
Comments are closed.