ଜର୍ମାନୀ ଚିଡ଼ିଆଖାନାରୁ ଖସି ପଳାଇଲେ ୨ସିଂହ, ୨ବାଘ

0

ବର୍ଲିନ୍‍ : ପଶ୍ଚିମ ଜର୍ମାନୀର ଏକ ଚିଡ଼ିଆଖାନାରୁ ଦୁଇ ସିଂହ, ଦୁଇ ବାଘ ଓ ଗୋଟିଏ ସାଇବେରିଆ ଚିତା ଖସି ପଳାଇଥିବା ଜଣାପଡ଼ିଛି। ଲକ୍ସମବର୍ଗ ସୀମାରେ ଅବସ୍ଥିତ ଏହି ଚିଡ଼ିଆଖାନା ୱାଲପଟ ପରିବାର ଦ୍ୱାରା ପରିଚାଳିତ। ଏଠାରେ ୪୦୦ରୁ ଅଧିକ ଜୀବଜନ୍ତୁ ରହୁଛନ୍ତି। କର୍ତ୍ତୃପକ୍ଷ ସମ୍ପ୍ରତି ଖସି ପଳାଇଥିବା ଜନ୍ତୁଙ୍କ ସନ୍ଧାନ ଚଳାଇଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ କରିଦେଇଛନ୍ତି। ସେହିଭଳି ଲୁଏନ୍‍ବାକ୍‍ ଅଞ୍ଚଳରେ ଥିବା ଇଫେଲ୍‍ ଚିଡ଼ିଆଖାନାରୁ ଗୋଟିଏ ଭାଲୁ ଘେରା ଭାଙ୍ଗି ପଳାଇଥିବା ଜଣାପଡ଼ିଛି। ଦୁଇ ବର୍ଷ ପୂର୍ବେ ପୂର୍ବଜର୍ମାନୀରେ ଅବସ୍ଥିତ ଲେପ୍‍ଜିଗ୍‍ ଚିଡ଼ିଆଖାନାର ବାଡ଼ ଭାଙ୍ଗି ଦୁଇଟି ସିଂହ ଖସି ପଳାଇଥିବା ଭଳି ଘଟଣା ଘଟିଥିଲା। ସେତେବେଳେ ଗୋଟିଏ ସିଂହକୁ କର୍ତ୍ତୃପକ୍ଷ ଧରିବାରେ ସଫଳ ହୋଇଥିବାବେଳେ ଆଉ ଗୋଟିଏକୁ ଗୁଳିମାରି ହତ୍ୟା କରିଥିଲେ।

Leave A Reply