ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା
ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ପୁଇଁତୋଳା ସାନସାହିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାହିର ଶତାଧିକ ମହିଳା ଓ ପୁରୁଷ ବିରାଟ କଳସ ଯାତ୍ରା ପାଇଁ ଶୋଭାଯାତ୍ରାରେ ବାହାରି ବଡ଼ ବନ୍ଧରୁ ଜଳ ଧରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ଏହାପରେ ମା’ଙ୍କ ନିକଟରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ନଅ ଦିନ ଧରି ମା’ଙ୍କ ପୂଜାର୍ଚ୍ଚନା ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପୂଜାରେ ପ୍ରଥମ ଦିନର କର୍ତ୍ତା ରୂପେ ହରିହର ବିଶ୍ୱାଳ ଓ ସୁଷମା ବିଶ୍ୱାଳ ରହିଥିଲେ।
ଏହି କାର୍ଯ୍ୟକ୍ରମକୁ ସୁଦର୍ଶନ ପଲାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରତାପ ବିଶ୍ୱାଳ, ଜଗା ତରାଇ, ମିଟୁ ବିଶ୍ୱାଳ, ସୁନୀଲ କୁମାର ପଲାଇଙ୍କୁ ସମେତ ସାହି ବାସିନ୍ଦା ପରିଚାଳନା କରୁଛନ୍ତି। ପୁରୋହିତ ରାଜେନ୍ଦ୍ର ରଥ ଦେବଶର୍ମାଙ୍କୁ ଦ୍ୱାରା ପୂଜାର୍ଚନା କରାଯାଉଛି। ଏହି ପୂଜା ପାଇଁ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ବିରାଟ ମେଢ଼ ସାଙ୍ଗକୁ ଆକର୍ଷଣୀୟ ଆଲୋକ ମାଳାରେ ସାହିକୁ ସଜା ଯାଇଥିବା ଦେଖିବାକୁ ମିଳିଛି।
Comments are closed.