ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ପୋଇରାସି ପଞ୍ଚାୟତର କଣ୍ଟିଆ ପଲି ଗ୍ରାମର ସଭାପତି କେ. ଗୋବିନ୍ଦ ରେଡି (୫୮)କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମ ଜଣେ ବ୍ୟକ୍ତି ଠେଙ୍ଗା ପିଟି ପିଟି ମାରିଥିବା ଘଟଣାରେ ପୁଲିସ ସୋମବାର ଦିନ ତିନି ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ପୁଲିସ ପକ୍ଷରୁ କୋର୍ଟ ଚଲାଣ କରାଯାଇଛି। ସେମାନେ ହେଲେ କେ.ମୁରଲୀ ରେଡି, କେ.ରବୀନ୍ଦ୍ର ରେଡି, ଏମାନେ କଣ୍ଠିଆପଲି ଗ୍ରାମର ହୋଇଥିବା ବେଳେ ଏ ପୁରୁଷୋତ୍ତମ ରେଡି ରାମଚନ୍ଦ୍ର ପୁର ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ତଦନ୍ତ ପରେ ଜଣା ପଡିଛି ଯେ ମୃତ ଗୋବିନ୍ଦ କୁଆଡେ ବିଭିନ୍ନ ସମୟରେ ମୁରଲୀକୁ ଚାରି ଲକ୍ଷ ଟଙ୍କା ଜୋରିମାନା କରିବା, ଜମି ଜମା ବିକ୍ରି କ୍ଷେତ୍ରରେ ସଭାପତି ହିସାବରେ ବଳ ପୂର୍ବକ ହଇରାଣ କରିଥିଲେ। ଯାହାଫଳରେ ମୁରଲୀ ସବୁଦିନ ପାଇଁ ରାସ୍ତାରୁ ଗୋବିନ୍ଦଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଗତ ୨୬ ତାରିଖରେ ଭୋର ସମୟରେ ଗୋବିନ୍ଦ ଚା’ ପିଇବା ପାଇଁ ଯିବା ବେଳେ ପୂର୍ବରୁ ଛପି ରହିଥିବା ତିନ ଜଣ ତାଙ୍କୁ ଧରି ପକାଇଥିଲେ। ଏହାପରେ ମୁରଲୀଙ୍କୁ ଠେଙ୍ଗା ପିଟି ପିଟି ମାରି ଦେଇଥିଲେ ବୋଲି ଅଭଯୁକ୍ତମାନେ ଥାନାରେ ପୁଲିସ ଆଗରେ ବୟାନ ଦେଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ ବ୍ରହ୍ମପୁର ମେଡିକାଲକୁ ପୋଷ୍ଟମୋଟାମ ପାଇଁ ପଠାଯାଇଥିଲା। ଖବର ପାଇ ଗଞ୍ଜାମ ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର , ଏସଡିପିଓ ଗୌତମ କିଷାନ, ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପ୍ରମୁଖ ପହଞ୍ଚି ଘଟଣା ତଦନ୍ତ ଚଲାଇ ଥିଲେ। ସାଇଣ୍ଟଫିକ ଟିମ ପହଞ୍ଚି ଘଟଣାର ଅନୁସନ୍ଧାନ କରଥିଲେ। ସେତେବେଳେ ପୋଲିସ ଏହି ଘଟଣା ରେ ତିନି ଜଣକୁ ଅଟକ ରଖିଥିଲେ। ଏନେଇ ମୃତଙ୍କ ପୁଅ କେ.ରାଜେନ୍ଦ୍ର ରେଡି ଏତଲା କ୍ରମେ ଥାନାରେ କେଶ ନମ୍ବର ୫୪୮/୨୧ ମକଦ୍ଦମା ରୁଜୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ପଟେ ଦୀର୍ଘ ଦିନ ର ବ୍ୟବଧାନ ପରେ ପୁଣି ସେହି ଅଞ୍ଚଳରେ ଏକ ହତ୍ୟl ଯୋଗୁଁ ତାହା ଲୋକଙ୍କ ମଧ୍ୟ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।



