www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରାଉନସୁଗର ସହ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଜିଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାଡ଼୍‌ ଓ ସଦର ରେଞ୍ଜ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉ କାରାଯାଇ ୧୦ କେଜି ଗଞ୍ଜେଇ ଏବଂ ୧୨୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏଥିସହ ଏହି କାରବାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜରପଡା ଥାନା ଅନ୍ତର୍ଗତ ଜରପଡା ଗ୍ରାମ ଉପର ସାହିର ଆଦିତ୍ୟ ସାହୁ ଓରଫ ଅଦେଇ(୩୫)ଙ୍କୁ ଗିରଫ କାରାଯାଇ ତାଙ୍କଠାରୁ ୧୦ କେଜି ଗଞ୍ଜେଇ ଜବତ କରାଯାଇଛି। ସେହିପରି ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମ ଉପର ସାହିର ମୁନା ବେହେରାଙ୍କଠାରୁ ୧୨୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ସୋମବାର ୨ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପକ୍ଷରୁ ଅଦାଲତ ଚାଲାଣ କରାଯାଇଛି।

ନାଲୋକ ଥାନା ଅଞ୍ଚକରେ ଏବେ ବ୍ରାଉନସୁଗର କାରବାର ବୃଦ୍ଧି ପାଇଛି। ବହୁ ସମୟରେ ପୁଲିସ ଓ ଅବକାରୀ ବିଭାଗ ଅପରାଧୀମାନଙ୍କୁ ଧରି ସେମାନଙ୍କଠାରୁ ବ୍ରାଉନସୁଗର ଜବତ କରି ପରବର୍ତ୍ତୀ ସମୟରେ ସେମାନଙ୍କ ଜବତ ସମ୍ପତ୍ତି ବାଜ୍ୟାପ୍ତି କରିଥିଲେ ମଧ୍ୟ ଏହି କାରବାର ଥମିବାରେ ନାଁ ଧରୁନି। ଏହି ଅସାଧୁ ବ୍ୟବସାୟୀମାନେ ୫୦୦ ମିଲି ଗ୍ରାମକୁ ୪ ଶହରୁ ୫ ଶହ ଟଙ୍କାରେ ବିକୁଛନ୍ତି। କୋମଳମତି ବାଳକମାନଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି। ପ୍ରଥମେ କିଛିଦିନ ମାଗଣାରେ, ତାପରେ ଅଳ୍ପ ଟଙ୍କାରେ ଓ ପରେ ଅଭ୍ୟସ୍ତ ହୋଇଗଲେ ଚଢ଼ାଦରରେ ବିକୁଛନ୍ତି। ଉଭୟ ପୁଲିସ ଓ ଅବକାରୀ ବିଭାଗର ସତଚେଷ୍ଟା ପରେ ମଧ୍ୟ ଏ କାରବାରରେ ରୋକ ଲାଗି ପାରୁନି। ଅନ୍ଧାର ଗଳି ଓ ଖୋଲା ପଡିଆ ନିଶା କାରବାର ବ୍ୟବସାୟୀଙ୍କ ମୁଖ୍ୟ ସ୍ଥାନ ପାଲଟିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories