ଚଳନ୍ତା ଜିପରେ ୨ ମହିଳାଙ୍କୁ ଗଣବଳାତ୍କାର

0

ଲକ୍ଷ୍ନୌ : ଲକ୍ଷ୍ନୌ-ଫାରୁଖାବାଦ ରାସ୍ତାରେ ଚଳନ୍ତା ଜିପ୍‌ରେ ଦୁଇ ମହିଳାଙ୍କ ସହ ବୁଧବାର ବିଳମ୍ବିତ ରାତିରେ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଗଣବଳାତ୍କାର ପରେ ଦୁଇ ମହିଳାଙ୍କୁ ଦୁର୍ବୃତ୍ତମାନେ କନୌଜ-ହରଦୋଇ ସୀମାରେ ଫିଙ୍ଗି ଚାଲିଯାଇଛନ୍ତି । ଦୁଇ ମହିଳା ଏନେଇ କନୌଜ ଜିଲାର ଏକ ଢାବାରେ ପହଞ୍ଚି ସବୁ କଥା କହିବା ପରେ ଲୋକେ ପୁଲିସ୍‌କୁ ଡାକି ଥିଲେ। କନୌଜ ସଦର କୋତୱାଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

ଏସ୍‌ପି ହରିଶ ଚନ୍ଦନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଫାରୁଖାବାଦ ମମାଲଗଞ୍ଜ ଅଞ୍ଚଳରେ ଦୁଇ ମହିଳା ଚିକିିତ୍ସା ପାଇଁ ବୁଧବାର ଲକ୍ଷ୍ନୌର ମାନକ ନଗର ଯାଇଥିଲେ । ସବୁ କାମ ସରୁ ସରୁ ସନ୍ଧ୍ୟ ହୋଇଯାଇଥିଲା । ୩୦ରୁ ୪୦ ବର୍ଷ ବୟସର ଏହି ଦୁଇ ମହିଳା ଘରକୁ ଫେରୁଥିବାବେଳେ ଫାରୁଖାବାଦ ଅଞ୍ଚଳକୁ ଯାଉଥିବା ଏକ ଯାତ୍ରୀବାହୀ ଜିପ୍‌ରେ ସେମାନେ ଚଢିଥିଲେ । ସେହି ଜିପରେ ଆଗରୁ ୪ରୁ ୬ ଜଣ ଲୋକ ଉପସ୍ଥିତ ଥିଲେ । ରାତି ପ୍ରାୟ ୧୧ ଟା ବେଳେ ହରଦୋଇ ରୋଡରେ ଅନ୍ୟ ଯାତ୍ରୀଙ୍କୁ ଓହ୍ଲାଇ ଗାଡ଼ିଟି ଆଗକୁ ବଢିଥିଲା । ତେବେ ଉକ୍ତ ଜିପରେ ଥିବା କେତେକ ଲୋକ ଓ ଡ୍ରାଇଭର ବାଟରେ ସେମାନଙ୍କୁ ବଳାତ୍କାର କରିଥିଲେ । ପ୍ରାୟ ୪ ଘଣ୍ଟା ପରେ ସେମାନଙ୍କୁ କନୌଜ-ହରଦୋଇ ସୀମାରେ ଫିଙ୍ଗି ଚାଲିଯାଇଥିଲେ ।

Leave A Reply