ଗୁଣୁପୁର-ଗାଙ୍ଗପୁର ଆଇଆଇସି ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣା, ପ୍ରକୃତ ତଦନ୍ତ ଦାବି କଲେ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି

ଗୁଣୁପୁର: ଗୁଣୁପୁର-ଗାଙ୍ଗପୁର ଆଇଆଇସି ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣାରେ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି ପ୍ରକୃତ ତଦନ୍ତ ଦାବି କରିଛନ୍ତି। ମୃତ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି କହିଛନ୍ତି ଯେ ମୃତ୍ୟୁ ହୋଇଥିବା ଘରେ ଦୁଇ ପୁଲିସ୍ ଅଫିସର ତାଙ୍କ ଘରକୁ ଆସିଥିଲେ। ସେମାନେ ସମସ୍ତେ ଗୋଟିଏ ଟେବୁଲରେ ଖାଇଥିଲେ। ଦେବ ଗମାଙ୍ଗ ଆଇଆଇସିଙ୍କ ମା’ ଗାଧୋଇବା ପାଇଁ ବାଥରୁମକୁ ଯାଇଥିଲେ। କିଛି ସମୟ ମଧ୍ୟରେ ଦେବଙ୍କ ମା’ଙ୍କୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ସେ ଦେଖିବା ବେଳେ ଦେବ ତଳେ ପଡିଯାଇଥିଲେ ବୋଲି ଦେବଙ୍କ ମା କହୁଥିବା ପତ୍ନୀ କିରଣ ମହାନ୍ତି କହିଛନ୍ତି।

prayash

କିରଣ ମହାନ୍ତି କହିଛନ୍ତି ଯେ ଉଭୟ ସ୍ବାମୀ-ସ୍ତ୍ରୀ ପୁଲିସ୍ ବିଭାଗରେ ଚାକିରି କରନ୍ତି। ପୁଲିସ୍ ବିଭାଗରେ ଥାଇ ସ୍ବାମୀଙ୍କ ମୃତ୍ୟୁ ଏଭଳି ଘଟିବା ସନ୍ଦେହ ସୃଷ୍ଟି କରୁଛି। ଯଦି ପୁଲିସରେ ଥାଇ ପୁଲିସ ନ୍ୟାୟ ପାଇବ ନାହିଁ ତାହେଲେ ସାଧାରଣ ଜନତା କିଭଳି ନ୍ୟାୟ ପାଇପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାସହ ସ୍ବାମୀଙ୍କ ମୃତ୍ୟୁର ପ୍ରକୃତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।
ମୃତ ଆଇଆଇସି ଦେବ ଗମାଙ୍ଗଙ୍କ ପତ୍ନୀ କିରଣ ମହାନ୍ତି ଛୁଟି ପାଇଁ ଆବେଦନ କରୁଥିଲେ ବି ତାଙ୍କୁ ଛୁଟି ମିଳିନଥିଲା। ସ୍ବାମୀ-ସ୍ତ୍ରୀ ଉଭୟ ଦୂରରେ ରହି ଡ୍ୟୁଟି କରୁଥିଲେ।

kalyan agarbati

Comments are closed.