ଗଞ୍ଜାମ ବ୍ଲକ ଶିକ୍ଷକ ସଂଘର ଗଣଧାରଣା, ସମସ୍ତ ସ୍କୁଲ ବନ୍ଦ

ଗଞ୍ଜାମ : ରାଜ୍ୟ ଏବଂ ଜିଲ୍ଲା ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ପିଷ୍ଟା, କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସମୂହ ଛୁଟି ସହିତ ତିନି ଦଫା ନେଇ ଗଞ୍ଜାମ  ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଫଳରେ ବ୍ଲକର ସମସ୍ତ ସ୍କୁଲ ବନ୍ଦ ରହିଥିବା ଜଣାପଡିଛି। ଗଣ ଧାରଣାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ  ବ୍ଳକ ସେବା ନିବୃତ୍ତ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଧାରଣାରତ ଶିକ୍ଷକଙ୍କ ନ୍ୟାଯ୍ୟ ଦାବି ଉପରେ ଅଲୋକପାତ  କରିଥିଲେ। ସମ୍ମାନୀତ ଅତିଥି ଭାବେ ଗଂଜାମ ବ୍ଲକ ଅବସାର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ବାଳକୃଷ୍ଣ ମହାରଣା ଯୋଗ ଦେଇ ଦୃଢ ସମର୍ଥନ ଜଣାଇଥିଲେ। ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ। ଏଥିରେ ତିନି ଦଫା ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଗଣ ଧାରଣାରେ ଏୟୁଟିଏଫ୍ ଶିକ୍ଷକ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗଜେନ୍ଦ୍ର ମାଝି, ସମ୍ପାଦକ ଲକ୍ଷ୍ମଣ ନାହାକ, କୋଷାଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ ମିଳିତ ଶିକ୍ଷକ ମଞ୍ଚର ନିରଞ୍ଜନ ମହାପାତ୍ର, ଏୟୁଟିଏଫର ସମ୍ପାଦକ ଅଭିରାମ ନାୟକ, ରାଜ୍ୟ ପିଷ୍ଟା ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଏକ୍ସ କ୍ୟାଡ଼ର ଶିକ୍ଷକ  ସଂଘର ସଭାପତି ପ୍ରଫୁଲ୍ଲ ମାଝୀ, କନିଷ୍ଠ ଶିକ୍ଷକ ସଂଘର ସ୍ୱାଗତିକା ଦଳାଇ, ବରିଷ୍ଠ ଜ୍ୟୋସ୍ନା ରାଣୀ ବେହେରା, ବିଦ୍ୟୁତ ଲତା ମିଶ୍ର, ମନୋରମା ପ୍ରଧାନ, ଅଭିମନ୍ୟୁ ସ୍ୱାଇଁ,ମହେଶ୍ ବେହେରା, ସଂଜୟ ତରାଇ,ଲକ୍ଷଣ ସେଠୀ   ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ଟାଳଟୁଳ ନୀତି  ଉପରେ ଘୋର ନିନ୍ଦା କରିଥିଲେ।
ଏହି ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

Comments are closed.