www.samajalive.in
Monday, December 15, 2025
24.1 C
Bhubaneswar

ଗଜପତିରେ ମନ୍ଥାର ପ୍ରଭାବ ଦେଖାଗଲାଣି

ଗଜପତି: ବଙ୍ଗୋପସାଗରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇ ସମୁଦ୍ର ଭିତରେ ବଳ ଗୋଟାଇବା ସହ ଘନୀଭୁତ ହୋଇ ଆଜି ବାତ୍ୟା ରୂପ ନେଇଛି । ବାତ୍ୟା ମନ୍ଥା ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ମଛିଲପଟନମ୍‌ ଓ କଳିଙ୍ଗପଟନମ୍‌ ମଝି କାକିନଡା ନିକଟବର୍ତ୍ତୀ କୌଣସିଠାରେ ସ୍ଥଳ ଭାଗ ଛୁଇଁବ । ଆନ୍ଧ୍ରରେ ଏହା ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶାର ୮ଟି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଆଜି ବାତ୍ୟାର ପ୍ରଭାବ ସକାଳୁ ସକାଳୁ ଗଜପତି ଜିଲାରେ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳରେ ମନ୍ଥାର ପ୍ରଭାବ ଆରମ୍ଭ ହୋଇଯାଇଛି। ଜିଲାରେ ଆକାଶ ମେଘୁଆ ରହିବା ସହ ବର୍ଷା ହେବା ଆରମ୍ଭ କରିବା ସହ ଓ ପବନ ବହିବା ଆରମ୍ଭ କରିଛି ।

ଜିଲାର ଅନେକ ଗ୍ରାମରେ ପ୍ରବଳ ବର୍ଷା ପବନ ବହିବା ଆରମ୍ଭ ହୋଇଛି । ମହେନ୍ଦ୍ରଗିରିକୁ ପ୍ରଶାସନ ବନ୍ଦ କରିବା ସତ୍ତ୍ୱେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ, ପର‌୍ୟ୍ୟଟକ ଆଜି ଭିଡ ଜମାଇଛନ୍ତି। ଭିଡ ରୋକିବା ଓ ଲୋକଙ୍କୁ ବାରଣ କରିବାକୁ ପୁଲିସ ପହଞ୍ଚି ନାହିଁ । ସେପଟେ ଜିଲ୍ଲା ପ୍ରଶାସନ ନିୟୋଜିତ କରିଥିବା କିଛି ଅଧିକାରୀ ମହେନ୍ଦ୍ରଗିରି ଅଞ୍ଚଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଠିକଣାରେ ରଖିଛି ପ୍ରଶାସନ। ଆଜି ସନ୍ଧ୍ୟା ସୁଦ୍ଧା ଦୁଇଟି ଏନଡିଆରଏଫ୍‌ ତିନୋଟି ଓଡ଼୍ରାଫ୍‌ ଦଳ ପାରଳାଖେମୁଣ୍ଡିରେ ପହଞ୍ଚିବେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories