www.samajalive.in
Thursday, December 11, 2025
14.1 C
Bhubaneswar

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ପୁରୀ: ବାତ୍ୟା ପ୍ରଭାବରେ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗାଧୁଆ ଉପରେ କଟକଣା ଜାରି କରାଯାଇଛି। ବେଳାଭୂମିରେ ପୁଲିସ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ଏହାଛଡ଼ା ପେଣ୍ଠକଟାରୁ ଶିପସରୁବାଲି ପର୍ଯ୍ୟନ୍ତ ଅଞ୍ଚଳରେ ୩ ଶହ ଲାଇଫ ଗାର୍ଡ ସଜାଗ ହୋଇ ରହିଛନ୍ତି।

ପୁରୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଗୋପ, କୋଣାର୍କ, ଅସ୍ତରଙ୍ଗ ଓ କାକଟପୁର ବ୍ଲକର ସମୁଦ୍ରକୂଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ୧୧ ବ୍ଲକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ପ୍ରବଳ ବର୍ଷା ପ୍ରଭାବରେ ଗଛ ଡ଼ାଳ ଓ କଚ୍ଚା ଘର ଭାଙ୍ଗିବା ଆଶଙ୍କା ରହିଛି। ରାସ୍ତାରୁ ଗଛ ସଫା କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି। ସମୁଦ୍ର ଏବଂ ଚିଲିକା ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ଯୋଗାଣ ବିଭାଗ ପକ୍ଷରୁ ଚୁଡ଼ା ଓ ଗୁଡ଼ ମହଜୁଦ ରଖାଯାଇଛି। ଜିଲାରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ୨୪ ଘଣ୍ଟା ଉପସ୍ଥିତ ରହିବାକୁ କୁହାଯାଇଛି।

- Advertisement -

ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରବିବାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୁଦ୍ରକୂଳ ଯାଇ ଲାଇଫ ଗାର୍ଡଙ୍କ ସହ ଆଲୋଚନା କରିଛନ୍ତି। ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷିଆଳିଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟଟକଙ୍କ ପାଇଁ ସେଡ୍ ନିର୍ମାଣ ହୋଇଛି। ଅଧିକ ବର୍ଷା ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକ ଛୁଟି କରାଯିବା ସମ୍ପର୍କରେ ଜିଲାପାଳ ନିଷ୍ପତ୍ତି ନେବେ। ପାଚିଲା ଧାନ କାଟି ଆଣିବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ସବୁ ବିଭାଗ ଅଧିକାରୀଙ୍କୁ ନେଇ ବିପର୍ଯ୍ୟୟ ପରିଚାଳନା ଦଳ ଗଠନ କରାଯାଇଛି। ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲାପାଳଙ୍କ ଅନୁମତି ବିନା ଦପ୍ତର ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ସମୁଦ୍ରକୂଳ ଓ ଚିଲିକା କୂଳରେ ଥିବା ସୁନାମି ପ୍ରବଣ ଗ୍ରାମଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ହେଲେ ଯେପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନହୁଏ ସେଥିପାଇଁ ସେବକଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି। ଚାରୋଟି ଯାକ ହବିଷିଆଳି କେନ୍ଦ୍ରରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମୁଦ୍ରକୂଳରେ ବିପଦ ସଙ୍କେତ ଦିଆଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ ଶ୍ରୀପରିଡ଼ା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories