www.samajalive.in
Monday, December 15, 2025
24.1 C
Bhubaneswar

ଲଗାଣ ବର୍ଷାରେ ଘରେ ପଶିଲା ପାଣି

ଗଡମଧୁପୁର: ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପୁର, ମହିଶରା ପଞ୍ଚାତର ଅନେକ ଗ୍ରାମରେ ଲଗାଣ ବର୍ଷା ହେବା ଫଳରେ ବନ୍ୟାଜଳ ଲୋକଙ୍କ ଘରେ ପଶିଛି। ଗତକାଲି ରାତି ସାରା ବାରଘଣ୍ଟା ଧରି ମୁଷଳଧାରାରେ ବର୍ଷା ହୋଇଥିଲା। ମହିଶରା ପଞ୍ଚାୟତର ବରଡା ଛକରେ ଥିବା ଅନେକ ଦୋକାନ ଘର ଓ ରହିବା ଘରେ ପଣିି ପଶିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସୁଶାନ୍ତ ବେହେରାଙ୍କ ଓମଫେଡ ପାରଲରରେ ପାଣି ପଶିବା ଫଳରେ ଦୁଇଟି ଫ୍ରିଜ, ଦୁଇଟି ଫ୍ରିଜର ଓ ଇନଭରଟରରେ ପାଣି ପଶିବା ସହିତ ମେସିନ ଗୁଡିକ ଅଚଳ ହୋଇଯାଇଛି। ସେହିପରି ଛକରେ ଘରକରି ରହୁଥିବା ଫରମାସିିଷ୍ଟ ଅକ୍ଷୟ କୁମାର ସାହୁଙ୍କ ଘରେ ପାଣି ପଶିଛି। ଅତ୍ୟଧିକ ପାଣି ଜମା ହୋଇଯିବାରୁ ସଙ୍କୀର୍ଣ୍ଣ ପୋଲ ମଧ୍ୟଦେଇ ଜଳ ନିଷ୍କାନ ହୋଇନପାରି ଲୋକଙ୍କ ଘରେ ପାଣି ପଶିିଥିବା ଦେଖାଯାଇଛି। ଏପରିକି ପାଣି ଅତ୍ୟଧିକ ଜମା ହେବା ଫଳରେ ରାସ୍ତାରେ ଦୁଇଫୁଟର ପାଣି ଘଣ୍ଟା ଘଣ୍ଟା ଧରି ପ୍ରବାହିତ ହୋଇଥିଲା। ଉପର ମୁଣ୍ଡରେ ବର୍ଷା କମିଯିବାରୁ ଜଳସ୍ତର କମିଛି। ସେହିପରି ମହିଶରା ପଞ୍ଚାୟତ ଅଫିସ ଗୋଦାମ ଘରେ ଅଣ୍ଠୁଏ ପାଣି ଜମି ଯିବାରୁ ସେଠାରେ ରହିଥିବା ରାସନ ସାମଗ୍ରୀ କିଛି ପରିମାଣର ନଷ୍ଟ ହୋଇଥିବା ସୁଚନା ମିଳିଛି। ବରଡା ଛକରେ ଥିବା ଟ୍ରାନ୍ସଫରମର ଅଧାରୁ ଅଧିକ ବୁଡି ଯାଇଥିଲା। ତେବେ ପାଣି ପଶିଥିବାରୁ ଏହା ଅଚଳ ହୋଇଥିବା ସନ୍ଦେହ କରାଯାଉଛି। ମାନସ ସାହୁଙ୍କ ଗୋଦାମ ଘରେ ପାଣି ପଶିବାରୁ ଗୋଦାମରେ ଗଛିତ ଅନେକ ବସ୍ତୁ ନଷ୍ଟ ହୋଇଛି। ଏତେ ସବୁ ନଷ୍ଟର କାରଣ ପାହାଡରୁ ଆସୁଥିବା ପାଣି ସଙ୍କୀର୍ଣ୍ଣ ପୋଲ ମଧ୍ୟ ଦେଇ ନିଷ୍କାସିତ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ତିଆରି ବେଳେ ବିଭାଗ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେଇନଥିବାରୁ ଏଭଳି ବାରମ୍ବାର ଘଟୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories