www.samajalive.in
Saturday, December 6, 2025
16.1 C
Bhubaneswar

ପିସିସି କାର୍ଯ୍ୟାଳୟରେ  ୭୪ ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ କଂଗ୍ରେସ ଭବନ ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।  ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସ ର ଶୁଭେଚ୍ଛା ଜଣାଇ ଉଦବୋଧନ ଦେଇଥିଲେ। ଉପସ୍ଥିତ ଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କୁ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ମହାମନିଷh ଓ ସ୍ବାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳି ଦେଇ ଦେଶକୁ ସ୍ବାଧୀନତା ଆଣିଥିଲେ। କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସମ୍ପୂର୍ଣ୍ଣ ଭାବେ ସାକାର ହୋଇପାରି ନାହିଁ ।ତେଣୁ ଏ ଦେଶରେ ସମସ୍ତ କଂଗ୍ରେସକର୍ମୀ  ଏବଂ ଯୁବସମାଜ ଆଗେଇ ଆସନ୍ତୁ ଏବଂ  ଦେଶକୁ ଆଗେଇ ନେବା ପାଇଁ ଶପଥ ନେବାର  ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ।ଏବେ ଦେଶରେ ଏବେ କରୋନା ମହାମାରି ଗ୍ରାସ କରିଛି।କରୋନା  ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ବଡ ପ୍ରଭାବ ପକାଇଛି। ଏହି କରୋନା ମାହାମାରି କୁ ପରାସ୍ତ ଜରିବା ପାଇଁ ଯେଉଁ ନୀତି,ନିୟମ,କାନୁନ ରହିଛି ତାକୁ ମାନି ଆମେ ସମସ୍ତେ ଆନ୍ତରିକତାର ସହ  ପାଳନ କରିବା ଉଚିତ ବୋଲି  ସେ ପରାମର୍ଶ ଦେଇଥିଲେ। ଏତତ୍ ବ୍ୟତୀତ ଭାରତ ସ୍ବାଧୀନତା ପରେ ଏ ବର୍ଷ  ଦେଶ ଅର୍ଥନୈତିକ ସଙ୍କଟ ଏବଂ ଗଣତନ୍ତ୍ରର ସଙ୍କଟ ର ସମ୍ମୁଖୀନ ହେଇଛି।ଦେଶର ଅର୍ଥନୀତିକୁ କିପରି ସଜାଡ଼ିବା ଏବଂ ଦେଶର ସମ୍ବିଧାନକୁ କିପରି ରକ୍ଷା ଜରିବା ଆଜି ସମସ୍ତେ ଶପଥ ନେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରେ କହିଥିଲେ।  ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜ୍ୟୋତିଷ ସାହୁ ପରିଚାଳନା କରିଥିବାବେଳେ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ,ପୂର୍ବତନ ସଭାପତି ଜୟଦେବ ଜେନା ,ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଅନନ୍ତ ସେଠି,ପଞ୍ଚାନନ କାନୁନଗୋ, ବିପିନ ଦାଶ,ସିବାନନ୍ଦ ରାୟ,ମନୋରଞ୍ଜନ ଦାଶ,କିଶୋର ଜେନା,ରଶ୍ମି ମହାପାତ୍ର ଯୋଗ ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories