www.samajalive.in
Saturday, December 6, 2025
14.1 C
Bhubaneswar

ଆଦିବାସୀ ଅର୍ଥନୀତି ସମ୍ବଳିତ ପୁସ୍ତକ ଉନ୍ମୋଚିତ

ପବିତ୍ର ସ୍ୱାଧିନତା ଦିବସ ଅବସରରେ ଅରୁଣ କୁମାର ତ୍ରିପାଠୀଙ୍କ ଲିଖିତ ପୁସ୍ତକ ‘ଟ୍ରାଇବାଲ୍ ଇକୋନୋମି ଇନ୍ ସେଡ୍ୟୁଲ୍ ଏରିଆଜ୍ : ଏ ମାଇକ୍ରୋ ଷ୍ଟଡି’ ଉନ୍ମୋଚିତ ହୋଇଛି। ପୁସ୍ତକଟିରେ ଆଦିବାସୀ ଅର୍ଥନୀତି, କୋରାପୁଟର ପ୍ରଶାସନିକ ଢାଞ୍ଚା, ଆଦିବାସୀଙ୍କ ନିମନ୍ତେ ଆଦୃତ ବିଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା, ଉନ୍ନୟନ ମୂଳକ ଯୋଜନା, ପରଜା ସଂସ୍କୃତି, ଆଦିବାସୀ ଅଞ୍ଚଳରେ ସରକାରୀ ଯୋଜନାର ନିର୍ଯ୍ୟାସ ସମ୍ବଳିତ ତଥ୍ୟ ରହିଛି। ପୁସ୍ତକଟି ଗବେଷକ, ଛାତ୍ର, ପ୍ରଶାସନିକ ଅଧିକାରୀ ତଥା ଯୋଜନା ପ୍ରଣୟନକାରୀଙ୍କୁ ଅନେକାଂଶରେ ସହାୟକ ହେବ ବୋଲି ଲେଖକ ଅରୁଣ କୁମାର ତ୍ରିପାଠୀ କହିଛନ୍ତି।

ଜୟପୁରର ଟ୍ରାଇବାଲ୍ ଏଭେନ୍ୟୁ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଆଇଏସବିଏନ ମାନ୍ୟତା ପ୍ରାପ୍ତ। ପୁସ୍ତକଟିର ପ୍ରଥମ ସଂସ୍କରଣ ତଥା ଇ-ବୁକ୍ ଆମାଜାନ୍ କିଣ୍ତଲରେ ସେପ୍ଟେମ୍ବର ୫ରୁ ଉପଲବ୍ଧ ହେବ ବୋଲି ପୁସ୍ତକର ଲେଖକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଲେଖକ ଅରୁଣ କୁମାର ତ୍ରିପାଠୀ ସମ୍ପ୍ରତି କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରାମର୍ଶଦାତା ଋପେ କାର୍ଯ୍ୟ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories