www.samajalive.in
Monday, December 15, 2025
26.1 C
Bhubaneswar

‘ପ୍ରଥମ ପ୍ରେମ’ ପାଇଁ ୧୫ ଅଗଷ୍ଟରେ ଅବସର ନେଲେ ଧୋନୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ଏଭଳି ଜଣେ କ୍ରୀଡ଼ାବିତ୍‍, ଯିଏ ୧୬ ବର୍ଷ ଧରି ଭାରତୀୟ ଦଳର ସେବା କରିଛନ୍ତି। ଜଣେ ଅଧିନାୟକ, ଜଣେ ୱିକେଟ୍‍ କିପର୍‍ ଓ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‍ ଭାବେ ସେ ସର୍ବଦା ନିଜ ଦଳର ମଥା ଗର୍ବରେ ଉଚ୍ଚା କରିଛନ୍ତି। ସେ ଏମିତି ଜଣେ ଖେଳାଳୀ, ପଡ଼ିଆରେ ଯାହାର ମୁଣ୍ଡ କମ୍ପ୍ୟୁଟରଠାରୁ ମଧ୍ୟ ଦ୍ରୁତ ଗତିରେ ଚାଲିଥାଏ। ପରିସ୍ଥିତି ଯାହା ବି ହେଉ, ସେ ସର୍ବଦା ଶାନ୍ତ ରହିଥାଆନ୍ତି। ଏଥିପାଇଁ ସେ କ୍ୟାପ୍ଟେନ କୁଲ୍‍ ନାମରେ ପରିଚିତ। ଏବେ ଏହି ଖେଳାଳୀ ଆନ୍ତର୍ଜାତିକ କ୍ରିକେଟକୁ ବିଦାୟ କହି ସାରିଛନ୍ତି। ଧୋନୀ ଅଗଷ୍ଟ ୧୫ ଅର୍ଥାତ୍‍ ଭାରତର ୭୪ତମ ସ୍ୱାଧୀନତା ଦିବସରେ ଅବସର ଘୋଷଣା କରିଛନ୍ତି। ତେବେ ଧୋନୀ ଅଗଷ୍ଟ ୧୫ରେ ହିଁ କାହିଁକି ଅବସର ଘୋଷଣା କଲେ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା ନିଶ୍ଚୟ। ବାସ୍ତବରେ ଧୋନୀ ତାଙ୍କ ପ୍ରଥମ ପ୍ରେମ ପାଇଁ ଏପରି କରିଛନ୍ତି।

ଧୋନୀଙ୍କ ପ୍ରଥମ ପ୍ରେମ- ଦେଶ ସେବା:

- Advertisement -

ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ କ୍ରିକେଟର ସତ କିନ୍ତୁ ସେ ହୃଦୟରୁ ଏପରି ଜଣେ ହିନ୍ଦୁସ୍ତାନୀ, ଯିଏ ପ୍ରତ୍ୟେକ କ୍ଷେତ୍ରରେ ନିଜ ଦେଶର ସେବା କରିବାକୁ ଚାହେଁ। ନିଜ କ୍ୟାରିୟରରେ ସେ ଅନେକ ଥର କହିଛନ୍ତି ଯେ, ଦେଶ ସେବା ତାଙ୍କର ପ୍ରଥମ ପ୍ରେମ। ସେଥିପାଇଁ ବୋଧେ କ୍ରିକେଟ ବ୍ୟତୀତ ସେ ଭାରତୀୟ ସେନା ସହ ଜଡ଼ିତ। ଅନେକ ଥର ଧୋନୀ ପ୍ରମାଣ ମଧ୍ୟ କରିଛନ୍ତି ଯେ, ଦେଶ ତାଙ୍କ ପାଇଁ ପରିବାରଠାରୁ ଆଗରେ।

୨୦୧୫ରେ, ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଧୋନୀ ଟିମ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଉଥିଲେ। ସେହି ସମୟରେ ତାଙ୍କ ପତ୍ନୀ ସାକ୍ଷୀ ଗର୍ଭବତୀ ଥିଲେ। କିନ୍ତୁ ଏହା ସତ୍ତେ୍ୱ ଧୋନୀ ବିଶ୍ୱକପ୍‍ ଖେଳିବାକୁ ଗଲେ। କେବଳ ଏତିକି ନୁହେଁ ବିିଶ୍ୱକପ୍‍ ମଝିରେ ସେ ବାପା ହୋଇଥିବା ଖବର ପାଇଲେ କିନ୍ତୁ ଧୋନୀ ନିଜ ଦେଶ ପାଇଁ ଘରକୁ ଫେରି ନ ଥିଲେ। ଗଣମାଧ୍ୟମକୁ ସେ କହିଥିଲେ ଯେ, ଏହି ସମୟରେ ଦେଶ ମୋ ପାଇଁ ଅଧିକ ଜରୁରୀ, ଅନ୍ୟ ସମସ୍ତେ ଅପେକ୍ଷା କରିପାରିବେ।

୨୦୧୧ରେ ଭାରତକୁ ବିଶ୍ୱ କପ୍‍ ଜିତାଇବା ପରେ ଧୋନୀଙ୍କୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସମ୍ମାନ ମିଳିଥିଲା। ଧୋନୀଙ୍କୁ ଭାରତୀୟ ସେନା ଦ୍ୱାରା ଲେଫ୍ଟନାଣ୍ଟ କର୍ଣ୍ଣେଲ ସମ୍ମାନଜନକ ପଦବୀ ପ୍ରଦାନ କରାଯାଇଥିଲା। ଧୋନୀ କହିଥିଲେ ଯେ, ସେ ଯଦି କ୍ରିକେଟର ନ ହୋଇଥାଆନ୍ତେ ତାହେଲେ ସୈନିକ ହୋଇଥାଆନ୍ତେ।

୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିିକିଆ ସିରିଜ୍‍ ସମୟରେ ଟିମ୍‍ ଇଣ୍ଡିଆ ରାଞ୍ଚି ଦିନିକିଆରେ ଭାରତୀୟ ସେନା ଟୋପି ପିନ୍ଧି ମ୍ୟାଚ୍‍ ଖେଳିଥିଲେ। ଭାରତୀୟ ସେନାକୁ ସମ୍ମାନ ଓ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କୁ ଶଦ୍ଧାଞ୍ଜଳୀ ଦେବା ପୂର୍ବକ ଟିମ୍‍ ସେନା ଟୋପି ପିନ୍ଧିଥିଲେ। ଏହାସହିତ ଧୋନୀ ଓ ପୁରା ଟିମ୍‍ ଇଣ୍ଡିଆ ନିଜ ମ୍ୟାଚ୍‍ ଫିସ୍‍ ଶହୀଦଙ୍କ ପରିବାରକୁ ଦାନ କରିଥିଲେ।

୨୦୧୮ରେ ଧୋନୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଖାସ୍‍ କଥା ହେଉଛି ଧୋନୀ ଭାରତୀୟ ସେନା ୟୁନିଫର୍ମ ପିନ୍ଧି ଏହି ସମ୍ମାନ ଗ୍ରହଣ କରିଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories