www.samajalive.in
Saturday, December 6, 2025
14.1 C
Bhubaneswar

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କୋରୋନାରେ ଆକ୍ରାନ୍ତ

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋଭିଡଟେଷ୍ଟ ପରେ ପଜିଟିଭ୍ ଥିବା ଜଣାପଡିଛି। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।


 

- Advertisement -

ଓଡ଼ିଆ ପୁଅ ଇନ୍ଦ୍ରଜିତ ମହାନ୍ତି ଏହାପୂର୍ବରୁ ମୁମ୍ଵାଇ ହାଇକୋର୍ଟରେ ସିନିୟର ବିଚାରପତି ଭାବେ କାର୍ୟ୍ୟରତ ଥିଲେ । ଜଷ୍ଟିସ ଇନ୍ଦ୍ରଜିତଙ୍କ ଜନ୍ମ ୧୧ ନଭେମ୍ଵର ୧୯୬୦ରେ କଟକରେ ହୋଇଥିଲା । ସେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ। ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଓକିଲାତି ପଢିଥିଲେ । ଏହାପରେ ଇଂଲଣ୍ଡର କେମ୍ବ୍ରିଜ ସ୍କୁଲରୁ ଏଲଏଲଏମ ପାଠ ଶେଷ କରିଥିଲେ । ୧୯୮୯ରୁ ୨୦୦୬ ପର୍ୟ୍ୟନ୍ତ ଓଡ଼ିଶା ବାର୍‌ କାଉନସିଲର ସଦସ୍ୟ ରହିଥିଲେ । ୨୦୦୬ରେ ଓଡ଼ିଶା ହାଇକୋର୍ଟର ଜର୍ଜ ହୋଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories