ନୂଆଦିଲ୍ଲୀ: କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୯୪୪ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସୁଦ୍ଧା ଦେଶରେ ମୋଟ ୪୯ ହଜାର ୯୮୦ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଗୋଟିଏ ଦିନରେ ୬୩ ହଜାର ୪୮୯ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ୮୯ ହଜାର ୬୮୨କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ଦେଶରେ ୬ ଲକ୍ଷ ୭୭ ହଜାର ୪୪୪ ଜଣ ସକ୍ରିୟ ରୋଗୀ ଥିବାବେଳେ ୧୮ ଲକ୍ଷ ୬୨ ହଜାର ୨୫୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୱେବସାଇଟ୍ରେ ଦର୍ଶାଇଛି।



