www.samajalive.in
Friday, December 5, 2025
27.1 C
Bhubaneswar

ଘର କାନ୍ଥ ପଡି ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଳଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଆଜି ପ୍ରତ୍ୟୁଷରୁ ଘର କାନ୍ଥ ପଡି ଗୋଟିଏ ପରିବାରର ଜଣେ ୧୭ ବର୍ଷିୟା ଝିଅ ଦୀପା ବାରଲେଣ୍ଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ୪ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଗତକାଲି ସକାଳୁ ଲାଗି ରହିଥିବା ଅନବରତ ବର୍ଷା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ପ୍ରକାଶ ଯେ, ଘୁନଘୁଟିପାଲି ଗ୍ରାମର ଶୋଭାବନ ବାରଲେଣ୍ଡିଆ(୪୫) ସପରିବାର ଗାଁରେ ଥିବା ନିଜ ଘର ଛାଡି ଅନତି ଦୂରରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କାମ କରୁଥିବା ସହ ସେଠାରେ ଏକ ଘରେ ରହୁଥିଲେ। ତେବେ ଗତକାଲି ଶନି ମେଳା କରିବା ପାଇଁ ସପରିବାର ନିଜ ଘରକୁ ଆସିଥିବା ସହ ପୂଜା ପରେ ଖାଇ ପିଇ ନିଜ ଘରେ ଶୋଇଥିଲେ। ତେବେ ଆଝି ପ୍ରତ୍ୟୁଷ ପ୍ରାୟ ୫ ଘଣ୍ଟା ବେଳକୁ ଘରର କାନ୍ଥ ଭାଙ୍ଗି ପଡି ସେମାନଙ୍କ ଉପରେ ପଡିଯିବା ଯୋଗୁଁ ଶୋଭାବନଙ୍କ ଝିଅ ଦୀପା(୧୭)ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସହ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଆହତ ହୋଇପଡିଥିଲେ। ଗ୍ରାମବାସୀ ସେମାନଙ୍କୁ ମାଟି କାନ୍ଥ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ଡାକ୍ତରଖାନ ପଠାଇଥିଲେ ମଧ୍ୟ ପହଞ୍ଚିବା ବେଳକୁ ଦୀପାଙ୍କର ମୃତ୍ୟୁ ହୋଇସାରିଥିଲା। ଶୋଭାବନଙ୍କ ସମେତ ତାଙ୍କ ସ୍ତ୍ରୀ ସତ୍ୟଭାମା(୪୩), ପୁଅ ଦୀପକ(୧୪) ଏବଂ ଟିଟୁ(୬)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖା ହେବା ବେଳକୁ ଅବସ୍ଥା ଗୁରୁତର ହେବାରୁ ସତ୍ୟଭାମା ଏବଂ ଦୀପକଙ୍କୁ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ସକାଳଠାରୁ ଅନବରତ ବର୍ଷା ଲାଗି ରହିଥିବା ଯୋଗୁଁ ଝାଟି ମାଟି ଏବଂ ନଡା ଛପର ଘରେ ରହୁଥିବା ବହୁ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories