ଧୋନୀଙ୍କ ଅବସରକୁ ନେଇ ଭାବପ୍ରବଣ ହେଲେ ଅଧିନାୟକ କୋହଲି; କହିଲେ ଏମିତି କଥା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରରେ ଭାବପ୍ରବଣ ହୋଇଛନ୍ତି ବର୍ତମାନର ଅଧିନାୟକ ବିରାଟ କୋହଲି । ନିଜ ଟ୍ବିଟରରେ ସେ ପୋଷ୍ଟ କରିଥିବା ନିଜ ମନୋଭାବରେ ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଧୋନିଙ୍କ ଅଧିନାୟକତ୍ଵରେ ବିରାଟ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଓ ଭାରତୀୟ ଦଳର ଟେଷ୍ଟ ଟୋପି ପିନ୍ଧିଥିଲେ। ବିଭିନ୍ନ ସମୟରେ ଧୋନୀଙ୍କ ପରାମର୍ଶ ଓ ପଡ଼ିଆରେ ତାଙ୍କୁ ସମର୍ଥନ ଦେଉଥିବାରୁ ବିରାଟ ଧୋନୀଙ୍କର ବେଶ୍ ପ୍ରଶଂସା କରିଥାଆନ୍ତି । ଧୋନୀ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଦାୟିତ୍ଵ ବିରାଟଙ୍କ କାନ୍ଧରେ ପଡ଼ିଥିଲା ଓ ପରବର୍ତୀ ସମୟରେ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦ ମଧ୍ୟ ବିରାଟ ସମ୍ଭାଳିଥିଲେ ।
ବିରାଟ ଟ୍ବିଟରରେ ଧୋନୀଙ୍କ ଫଟୋ ସେୟାର କରି ଲେଖିଛନ୍ତି – ଦିନେ ନା ଦିନେ କ୍ରିକେଟ ଖେଳାଳିଙ୍କ ଯାତ୍ରା ଶେଷ ହୋଇଥାଏ । ମାତ୍ର ଯେତେବେଳେ ଆପଣ କାହାର ବହୁତ ନିକଟତମ ହୋଇଯାଆନ୍ତି ଆଉ ସେତେବେଳେ ସେ ଏପରି ଘୋଷଣା କରନ୍ତି ସେତେବେଳେ ଆପଣ ବହୁତ ଭାବପ୍ରବଣ ଅନୁଭବ କରନ୍ତି । ’
ଏହା ସହ ବିରାଟ ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-‘ ଦେଶପାଇଁ ଆପଣ ଯାହା କରିଛନ୍ତି ତାହା ସବୁବେଳେ ଲୋକଙ୍କ ହୃଦୟରେ ରହିବ । ମାତ୍ର ପରସ୍ପର ପ୍ରତି ଆମ ମଧ୍ୟରେ ଯେଉଁ ପାରସ୍ପରିକ ସମ୍ମାନ ଥିଲା ତାହା ସବୁବେଳେ ମୋ ସହ ରହିବ । ସବୁ ନିମନ୍ତେ ଆପଣଙ୍କୁ ଧନ୍ୟବାଦ କ୍ୟାପଟେନ୍ ।
Every cricketer has to end his journey one day, but still when someone you’ve gotten to know so closely announces that decision, you feel the emotion much more. What you’ve done for the country will always remain in everyone’s heart…… pic.twitter.com/0CuwjwGiiS
— Virat Kohli (@imVkohli) August 15, 2020
ଏହା ସହ ବିରାଟ ସୁରେଶ ରୈନାଙ୍କ ଅବସର ପ୍ରସଙ୍ଗରେ ମଧ୍ୟ ଟ୍ବିଟରରେ ପ୍ରତିକ୍ରିୟା ଦେଇଛନ୍ତି ।‘ ଟପ୍ କ୍ୟାରିୟର ନିମନ୍ତେ ଭାବେଶ ବଧାଇ, ଆଗକୁ ଆସୁଥିବା ସମୟ ନିମନ୍ତେ -ଗୁଡ଼ଲକ୍ । ’
Congratulations on a top career Bhavesh. Goodluck with everything ahead ?? @ImRaina
— Virat Kohli (@imVkohli) August 15, 2020
ବିରାଟ କୋହଲି ପ୍ରଥମରୁ କହି ଆସିଛନ୍ତି ଯେ ସେ ହୁଏତ ଭାରତୀୟ ଦଳର ଅଧିନାୟକ । କିନ୍ତୁ ଧୋନୀ ସବୁବେଳେ ତାଙ୍କର ଅଧିନାୟକ ହୋଇ ରହିଛନ୍ତି ଓ ରହିଥିବେ । ବିରାଟ ଓ ଧୋନୀଙ୍କ ମଧ୍ୟରେ ସମ୍ପର୍କ ବେଶ୍ ନିବିଡ଼ ବୋଲି ସମସ୍ତେ ଜାଣନ୍ତି ।
ଦୁହେଁ ମିଶି ଅନେକବାର ଭାରତକୁ ବିଜୟୀ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଧୋନୀ ଅଚାନକ ସନ୍ୟାସ ଘୋଷଣ କରିଛନ୍ତି । ଏହାପୂର୍ବରୁ ୨୦୧୪ରେ ସେ ଟେଷ୍ଟ ଦଳରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେହିପରି ଦିନିକିଆ ଓ ଟି-୨୦ ଦଳରୁମଧ୍ୟ ଅବ୍ୟାହତି ନେବା ନେଇ ମଧ୍ୟ ସେ ଅଚାନକ ଘୋଷଣା କରିଥିଲେ ।
Comments are closed.