www.samajalive.in
Monday, December 15, 2025
26.1 C
Bhubaneswar

ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ଚଢେଇଧରା ତଳ ଛକସ୍ଥିତ ସଙ୍ଘ କାର୍ଯାଳୟଠାରେ ଆୟୋଜିତ ଉତ୍ସବରେ ପତକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚଢେଇଧରା ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରି ଦେଶର ନିରାପତ୍ତା ଓ ଅଖଣ୍ଡତା ଉପରେ ଗୁରୁତ୍ୱ ଦେଇ ନିଜର ମତ ରଖିଥିଲେ। ସଙ୍ଘର ଉପଦେଷ୍ଟା ଶଙ୍କର ପ୍ରତାପ ଦାସ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସଭାପତି ସୌମମ୍ୟ ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ପାଦକ ବସନ୍ତ କୁମାର ନାୟକ, ଉପସଭାପତି ଅଶୋକ କୁମାର ଦାସ, ସହ ସଂପାଦକ ସୁଶାନ୍ତ କୁମାର ଖଟୁଆ, କୋଷାଧ୍ୟକ୍ଷ ପ୍ରଭାତ କୁମାରା ସାହୁ, ସାମ୍ବାଦିକ ସୁବ୍ରତ ସାହୁ, ସୁନିଲ ଶତପଥୀ, ବିନୋଦବିହାରି ପରିଡା, ପ୍ରଶାନ୍ତ ସାମଲ ଓ ସୁଶାନ୍ତ ଗୋଚ୍ଛାୟତ, ପ୍ରମୁଖ ଯୋଗଦେଇ ସ୍ୱାଧିନତା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ନିଜର ମତ ରଖିଥିଲେ। ସଙ୍ଘର ସମସ୍ତ ସଦସ୍ୟ ଏବଂ ଅତିଥି ମାନେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିଥିବା ଦେଖାଯାଇଥିଲା।

Hot this week

ଧାନ ବିକ୍ରିକୁ ନେଇ ଅନିଶ୍ଚିତତାରେ ଚାଷୀ, ବିଶ୍ରାମ ଗୃହରେ ଭରିଲେ ଧାନ

ରେଙ୍ଗାଲିକ୍ୟାମ୍ପ: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ଜାଗାରେ ଚାଷୀ କୂଳ...

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

Related Articles

Popular Categories