ସାଧନକେନ୍ଦ୍ର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

 ଜି.ଉଦୟଗିରି,: ଜି.ଉଦୟଗିରି ଥାନା ଅନ୍ତର୍ଗତ ଆଡାସିକୁପା ସ୍ଥିତ ନବଜ୍ୟୋତି ଉଚ୍ଚ ବିଦ୍ୟାଳୟ ପରିସରରେ ଲୁହୁରୀଙ୍ଗିଆ ସାଧନକେନ୍ଦ୍ର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୁହୁରୀଙ୍ଗିଆ ସାଧନକେନ୍ଦ୍ର ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରଥମିକ, ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ସୁରଭୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ଧନେଶ୍ବର ଖୁଣ୍ଟିଆ ଏବଂ ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ପଦ୍ମଚରଣ ପ୍ରଧାନ ମଞ୍ଚାସିନ ଥାଇ ଚିତ୍ର,ନୃତ୍ୟ,ଦଳଗତ ନୃତ୍ୟ,ପ୍ରବନ୍ଧ ଭଳି ୯ ଗୋଟି ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରିଥିଲେ।
ସିଆରସିସି ଦେବେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା,ଶିଶିର କୁମାର ସୁବୁଦ୍ଧି,ଚନ୍ଦ୍ରଶେଖର ପଣ୍ଡା,ରବିନାରାୟଣ ସାହୁ,କାଙ୍ଗାଳୀ କନ୍ୟାରୀ,ଲୋକଚନ୍ଦ୍ର ଦିଗାଳ,ରାଜେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.