www.samajalive.in
Monday, December 15, 2025
15.1 C
Bhubaneswar

ଅବସାଦରୁ ଦୂରରେ ରଖିଥାନ୍ତି ସାଙ୍ଗ

ନୂଆଦିଲ୍ଲୀ : ସାମାଜିକ ଜୀବନରେ ସାଙ୍ଗମାନେ ଦୁଖଃଦ ସମୟରେ ଯେତେ କାମ ଆସନ୍ତି ଖୁସୀ ସମୟରେ ମଧ୍ୟ ସେତିକି ଆସିଥାନ୍ତି। ଏଥିସହ ସାଙ୍ଗମାନେ ସାଥିରେ ଥିଲେ ମନୁଷ୍ୟର ମସ୍ତିଷ୍କ ଚଞ୍ଚଳ ହୋଇଥାଏ। ଯେଉଁମାନଙ୍କ ପାଖରେ ସାଙ୍ଗସାଥୀ ଅଧିକ ରହିଥାଏ, ସେମାନେ ସାଧାରଣ ଲୋକମାନଙ୍କ ଠାରୁ ଅଧିକ ଚଳଚଞ୍ଚଳ ମସ୍ତିଷ୍କ ସହ ମାନସିକ ଚିନ୍ତାଧାରା ଅଧିକ ଯୁବକ ରହିଥାଏ। ମସ୍ତିଷ୍କରେ ଥିବା ପ୍ରେରଣା, ଚିନ୍ତାଶକ୍ତି, ଭାବ ଆଦି ବୟସ ଅନୁସାରେ ସ୍ପଷ୍ଟ ହେବାସହ କ୍ରିୟାଶୀଳ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ଆମେରିକାର କଲମ୍ବସରେ ଥିବା ଓହିଓ ଷ୍ଟେଟ ବିଶ୍ୱବିଦ୍ୟାଳୟର ସ୍ନାୟୁବିଦ୍ୟା ଅନୁଷ୍ଠାନ ଦ୍ୱାରା ଏହି ଗବେଷଣା କରାଯାଇଥିଲା। ଏହି ଅନୁଷ୍ଠାନର ମୁଖ୍ୟ ଏଲିଜାବେଥ କିରବିଙ୍କ ମତରେ ଆମ ଗବେଷଣାରୁ ଜଣାପଡିଛି ଯେ ସମାଜରେ ମନୁଷ୍ୟମାନଙ୍କର ଚାଲିଚଳଣ ଓ ମାନସିକ ଚିନ୍ତାଧାରା ବୟସ ଉପରେ ପ୍ରଭାବ ପକାଇଥାଏ। ୧୫-୧୮ମାସ ମୂଷା ଛୁଆମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଏହି ମୂଷା ଛୁଆମାନଙ୍କୁ ଦୁଇଟି ବିଭାଗରେ ବାଣ୍ଟି ଦିଆଯାଇଥିଲା। ପ୍ରଥମେ ମୂଷାଛୁଆ ମାନଙ୍କୁ ଏକ ଖେଳନା ଚିହ୍ନିବା ପାଇଁ ଦିଆଯାଇଥିଲା। ଏହାଦ୍ୱାରା ଜଣାପଡିଲା ଯେ ସାଙ୍ଗମାନଙ୍କ ସାଥିରେ ଥିବା ମୂଷାଛୁଆମାନେ ଖେଳନାକୁ ଚିହ୍ନିବା ପାଇଁ କମ ସମୟ ନେଇଥିଲେ। ଅନ୍ୟଏକ ପରୀକ୍ଷାରେ ମୂଷା ଛୁଆମାନଙ୍କୁ ପୁରୁଣା ଖେଳନାକୁ କାଢି ନୁଆ ଖେଳନା ଦିଆଯାଇଥିଲା। ଏହାକୁ ଦୁଇ ମୂଷା ଛୁଆ ଜାଣିପାରିନଥିଲେ କିନ୍ତୁ ସାଙ୍ଗରେ ଥିବା ମୂଷା ଛୁଆ ପୁରୁଣା ଖେଳନା ପାଖକୁ ଯାଇଥିଲେ ଏବଂ ନୂଆ ଖେଳନା ସହ ଖେଳିନଥିଲେ। ଏହାଦ୍ୱାରା ସାଙ୍ଗମାନଙ୍କ ସହ ସାମଜିକ ଜୀବନରେ ଚଞ୍ଚଳତା ସହ ମସ୍ତିଷ୍କ କ୍ରିୟାଶୀଳ ହୋଇଥାଏ ସ୍ପଷ୍ଟ ହୋଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ‘ଫର୍ଣ୍ଣଟାୟର୍ସ ଇନ ଏଜିଙ୍ଗ ନ୍ୟୁରୋସାଇନ୍ସ’ ଶୀର୍ଷକ ନାମରେ ଏହି ଗବେଷଣା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories