www.samajalive.in
Monday, December 15, 2025
16.1 C
Bhubaneswar

ଶୁକ୍ରବାର ପାଇଁ ୫ଟି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ ଦିନ ବୋଲି ମାନ୍ୟତା ରହିଛି। ଶୁକ୍ରଙ୍କ କୃପାରୁ ସୁଖଶାନ୍ତି, ସମୃଦ୍ଧି, ବୈଭବ ଓ ଘରେ ଆର୍ଥିକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ଶୁକ୍ରବାର ପାଇଁ କିଛି ସରଳ ଉପାୟ….
ଶୁକ୍ରବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ମା’ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ପଦ୍ମ ଫୁଲ ଅର୍ପଣ କରନ୍ତୁ।
ଶୁକ୍ରବାର ଦିନ ଖିରି ପ୍ରସ୍ତୁତ କରି ସେଥିରେ କିଛି କେସର ପକାନ୍ତୁ। ଏହାପରେ ମା’ଲକ୍ଷ୍ମୀଙ୍କ ନିକଟରେ ଏହି ଖିରୀ ଭୋଗ କରନ୍ତୁ। ଆଉ କିଛି ଖିରୀକୁ ୩ଟି ଶିଶୁ କନ୍ୟାକୁ ଖାଇବାକୁ ଦିଅନ୍ତୁ। ଏହାସହ କିଛି ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଦିଅନ୍ତୁ। ଏହା ଦ୍ୱାରା ମା’ଙ୍କ ଖୁବ କୃପା ମିଳିଥାଏ।
ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୁକ୍ରବାର ଦିନ ପ୍ରେମୀ ପକ୍ଷୀଯୁଗଳଙ୍କ ସୋ ପିସ୍‍ ଆଣି ଶୟନ କକ୍ଷରେ ରଖନ୍ତୁ।
ଶୁକ୍ରବାର ଦିନ ଧବଳ ବସ୍ତ୍ର,ଅତର (ପରଫ୍ୟୁମ) ଆଦି ଦାନ କରନ୍ତୁ। ଏହାଛଡା ନିଜେ ମଧ୍ୟ ପରଫ୍ୟୁମ ବ୍ୟବହାର କରନ୍ତୁ।
ଜାତକରେ ଶୁକ୍ରଙ୍କ ଉତ୍ତମ ସ୍ଥିତି ପାଇଁ ଶୁକ୍ରବାର ଦିନ ଶୁକ୍ର ସ୍ତୋତ୍ର ପାଠ କରନ୍ତୁ। ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories