ଧାର୍ମିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର କିଛି ଏପରି ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ସୁଖଶାନ୍ତି ପ୍ରାପ୍ତି ସହ ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ଶୁକ୍ରବାର ଦିନ ମଧ୍ୟ ମା’ସନ୍ତୋଷୀଙ୍କ ବ୍ରତ ପାଳନ କରାଯାଏ। ଏହି ଦିନ ମହିଳା ଓ ଯୁବତୀମାନେ ବ୍ରତ ପାଳନ କରିଥାଆନ୍ତି। ଜାଣନ୍ତୁ ଶୁକ୍ରବାରର କିଛି ବିଶେଷ ଉପାୟ ବିଷୟରେ ………..
୧- ଶୁକ୍ରବାର ଦିନ ହଳଦିଆ ବସ୍ତ୍ରରେ ପାଞ୍ଚଟି ହଳଦିଆ କଉଡ଼ି, କିଛି କେସର, ଏକ ଚାନ୍ଦି ଟଙ୍କାକୁ ବାନ୍ଧି ଆଲମିରାରେ ରଖନ୍ତୁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଆଶାନୁରୂପକ ଟଙ୍କା ସଞ୍ଚୟ ହୋଇ ରହିଥାଏ।
୨- ଏହି ଦିନ ୩ଟି କୁଆଁରୀ କନ୍ୟାଙ୍କୁ ଖିରୀ ଖୁଆନ୍ତୁ। ଏହାପରେ ତାଙ୍କୁ ଦକ୍ଷିଣା ଓ ହଳଦିଆ ବସ୍ତ୍ର ଉପହାର ସ୍ୱରୂପ ଦିଅନ୍ତୁ।
୩- ଏହି ଦିନ ଐଶାନ୍ୟ କୋଣରେ ଗାଈ ଘିଅରେ ଲାଲ ରଙ୍ଗର ସଳିତାରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
୪- ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଆର୍ଥିକ ସମସ୍ୟା ଦୂର ହେବା ସହ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଶୁକ୍ରବାର ବିଶେଷ : ଧନ ପ୍ରାପ୍ତି ପାଇଁ ଆପଣାନ୍ତୁ କିଛି ସରଳ ଉପାୟ
Popular Categories



