www.samajalive.in
Monday, December 8, 2025
13.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ କଙ୍କଡ଼ା : ମୂଲ୍ୟ ୧୧ଲକ୍ଷ

ଆଜି ପର୍ଯ୍ୟନ୍ତ କେବଳ ଆପଣ ଲାଲ ରକ୍ତ ଜୀବଙ୍କ ବିଷୟରେ ଜାଣିଥିବେ। ମାତ୍ର ନୀଳ ରଙ୍ଗ ରକ୍ତ ବିଶିଷ୍ଟ ଜୀବଙ୍କ ବିଷୟରେ ଶୁଣିଛନ୍ତି କି? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଦୁନିଆରେ ଏପରି ମଧ୍ୟ ଏକ ଜୀବ ଅଛି ଯାହାର ରକ୍ତ ନୀଳରଙ୍ଗ। ଏହାସହ ଏହି ଜୀବର ଏକ ଲିଟର ନୀଳ ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ।
ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ନାମ ହର୍ସ ଶୁ ( ଘୋଡ଼ା ନାଲ ଭଳି ଶରୀର ଥିବା କଙ୍କଡ଼ା)। ଏହା ଏକ ଦୁର୍ଲଭ ପ୍ରଜାତିର କଙ୍କଡ଼ା। ଏହା ଦୁନିଆର ସବୁଠାରୁ ପୁରୁଣା ଜୀବମାନଙ୍କ ମଧ୍ୟରୁ ଗୋଟିଏ ଓ ପୃଥିବୀରେ ପ୍ରାୟ ୪୫ କୋଟି ବର୍ଷରୁ ରହିଛି।
ଆଟଲାଣ୍ଟିକ , ହିନ୍ଦ ଓ ପ୍ରଶାନ୍ତ ମହାସାଗରେ ମିଳୁଥିବା ଏହି କଙ୍କଡ଼ା ବସନ୍ତ ଋତୁ ଠାରୁ ମେ-ଜୁନ ମାସ ଯାଏଁ ଦେଖାଯାଆନ୍ତି ଓ ଏମାନଙ୍କ ରକ୍ତର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ଏହା ଦୁନିଆର ସବୁଠାରୁ ଦାମୀ ତରଳ ପଦାର୍ଥ ବୋଲି ମଧ୍ୟ କୁହାଯାଏ।
ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରାଯାଇଥାଏ। ପ୍ରାୟ ୧୯୭୦ ମସିହାରୁ ବୈଜ୍ଞାନିକମାନେ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରୁଛନ୍ତି ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ପ୍ରତ୍ୟେକ ବର୍ଷ ପାଞ୍ଚ କୋଟି ହର୍ସ ଶୁ କଙ୍କଡ଼ା ମେଡ଼ିକାଲ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି।
ଏହି କଙ୍କଡ଼ାର ରକ୍ତକୁ ତାଙ୍କ ହୃଦୟ ନିକଟରେ ଗର୍ତ୍ତ କରାଯାଇ କିଛି ପରିମାଣରେ ବାହାର କରାଯାଇଥାଏ। ଏହାପରେ ପୁଣି ସମୁଦ୍ରକୁ ଛାଡ଼ି ଦିଆଯାଇଥାଏ। କିଛି ପରିମାଣରେ କଙ୍କଡ଼ା ରକ୍ତ ବାହାର କରିବା ସମୟରେ ମରି ଯାଆନ୍ତି ବୋଲି ମଧ୍ୟ କୁହାଯାଏ।
ବର୍ତ୍ତମାନ ସମୟରେ ଦୁନିଆରେ ଏହି କଙ୍କଡ଼ାର ଚାରିଟି ପ୍ରଜାତି ଜୀବିତ ଅବସ୍ଥାରେ ରହିଛି। କିଛି ପ୍ରଜାତି ଶିକାର ଓ ପ୍ରଦୂଷଣ କାରଣରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories