ସୋର: ବାଲେଶ୍ବର ରେଳଷ୍ଟେସନ ବାହାରେ କାକୁଡ଼ି ବିକାଳି ହରେକୃଷ୍ଣ ମହାଳିକଙ୍କୁ ଦୁଇ ଷ୍ଟେସନ କର୍ମଚାରୀ ମାଡ଼ ମାରିବା ଭିଡିଓ ଭାଇରାଲ ଘଟଣାରେ ଶୁକ୍ରବାର ବାଲେଶ୍ବର ଜିଆରପି ତଦନ୍ତ ଆରମ୍ଭ କରିଛି। ଗୁରୁବାର ମୋହନ ହେମ୍ବ୍ରମ ଓ ଅନ୍ୟ ଜଣେ ଷ୍ଟେସନ କର୍ମଚାରୀ ମିଳିତଭାବେ ହରେକୃଷ୍ଣଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଜିଆରପି ଭିଡିଓ ଦେଖିବା ପରେ କାର୍ଯ୍ୟାନୁଷ୍ଠାନମୂଳକ ତଦନ୍ତ ଆରମ୍ଭ କରିଛି।
କାକୁଡ଼ି ବିକାଳିଙ୍କୁ ଷ୍ଟେସନ କର୍ମଚାରୀଙ୍କ ମାଡ଼ ମାରିବା ଘଟଣା, ତଦନ୍ତ ଆରମ୍ଭ କଲା ଜିଆରପି
Popular Categories



