www.samajalive.in
Monday, December 8, 2025
13.1 C
Bhubaneswar

ଶୁକ୍ରବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶୁକ୍ରବାର ଦିନ ମା’ଙ୍କ ଶ୍ରୀଯନ୍ତ୍ରକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ କରିଥିବା କ୍ଷୀରକୁ ଗୃହରେ ସମସ୍ତ କକ୍ଷରେ ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ଘରର ଦରିଦ୍ରତା ଦୂର ହୋଇଥାଏ, ଘରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ହରପ୍ରିୟା ମଧ୍ୟ କୁହାଯାଏ। ମା’ଙ୍କୁ ପୂଜା କରିବା ସମୟରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାସହ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ପ୍ରଭୁ ବିଷ୍ଣୁଙ୍କୁ ଅଭିଷେକ କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଥାଏ ଓ ଦୁର୍ଭାଗ୍ୟ ଦୂର ହୋଇଥାଏ।
ଅସନା ଅପରିଷ୍କାର ପୋଷାକ ପିନ୍ଧିଲେ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଯେଉଁ ବ୍ୟକ୍ତି ସର୍ବଦା ଘରେ ଅଥବା ବାହାରେ କ୍ରୋଧ କରିଥାଆନ୍ତି, ଝଗଡ଼ା କରନ୍ତି, ମା’ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରେ ବାସ କରନ୍ତି ନାହିଁ।
ଯେଉଁ ଗୃହରେ ସକାଳ ଓ ସନ୍ଧ୍ୟାରେ ଭଗବାନଙ୍କ ନିକଟରେ ଦୀପ ଲଗାଯାଇନଥାଏ, ମା’ଲକ୍ଷ୍ମୀ ସେଠାରେ ରୁହନ୍ତି ନାହିଁ ଓ ଧନ ଜନିତ ସମସ୍ୟା ଲାଗି ରହିଥାଏ।
ଯେଉଁଠାରେ ଗୁରୁ, ସାଧୁ ଓ ଶାସ୍ତ୍ରର ଅନାଦର ହୋଇଥାଏ, ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଶାସ୍ତ୍ରରେ ସୂର୍ୟୋଦୟ ପରେ ଓ ସୂର୍ୟ୍ୟାସ୍ତ ସମୟରେ ଶୋଇବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେବା ସହ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
ମହିଳାଙ୍କୁ ସମ୍ମାନ କରନ୍ତୁ –
ଯେଉଁ ଘରେ ମହିଳାଙ୍କୁ ସର୍ବଦା ସମ୍ମାନ ଦିଆଯାଏ. ସେଠାରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ଦମ୍ପତ୍ତିଙ୍କ ମଧ୍ୟରେ କଳହ ଲାଗିରହୁଥିଲେ ଏହି ସମସ୍ୟାର ସମାଧାନ ପ୍ରଥମେ କରନ୍ତୁ। କାରଣ କଳହ ଲାଗି ରହିଲେ ମା’ଲକ୍ଷ୍ମୀ କୋପ କରିଥାଆନ୍ତି।
ଶୁକ୍ରବାର ଦିନ ବ୍ରତ କରନ୍ତୁ –
ଶୁକ୍ରବାର ଦିନକୁ ମା’ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ। ମା’ଙ୍କ ପାଇଁ ଏହି ବ୍ରତ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ମିଳିଥାଏ। ଘରେ ସର୍ବଦା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଗୃହର ବାସ୍ତୁ ଦୋଷ ଦୂର କରନ୍ତୁ –
ଘରର ବାସ୍ତୁ ସମସ୍ୟା ଥିଲେ ମା’ଲକ୍ଷ୍ମୀ ସେଠାରେ ବାସ କରି ନଥାଆନ୍ତି। ବାସ୍ତୁରେ ପ୍ରତ୍ୟେକ ଜିନିଷ ଦିଗ ନିର୍ଦ୍ଧାରିତ ହୋଇ ରହିଛି। ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ନିୟମ ମାନି ଏହାର ପାଳନ କରିବା ଦ୍ୱାରା ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ ଓ ମା’ ସେହି ଗୃହରେ ସର୍ବଦା ବାସ କରିଥାଆନ୍ତି।
ଜାତକରେ ଶୁକ୍ରଗ୍ରହଙ୍କୁ ମଜଭୂତ ରଖନ୍ତୁ –
ଯେଉଁ ବ୍ୟକ୍ତିଙ୍କ ଜାତକରେ ଶୁକ୍ରଗ୍ରହ ସଠିକ ସ୍ଥିତ ଓ ଭଲ ଭାବେ ରହିଥାଆନ୍ତି, ତାଙ୍କ ଉପରେ ମା’ଙ୍କ ଆଶୀର୍ବାଦ ସର୍ବଦା ରହେ ଓ ସେହି ଗୃହରେ ମା’ବାସ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଗ୍ରହକୁ ସୁଖସମୃଦ୍ଧିର ଗ୍ରହ କୁହାଯାଏ। ଶୁକ୍ରଙ୍କ ସ୍ଥିତି ଦୁର୍ବଳ ହେଲେ ଟଙ୍କାପଇସାର ସମସ୍ୟା ସୃଷ୍ଟି ହୁଏ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories