www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ପାଇଁ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଆଜି ପ୍ରକାଶ ପାଇବ।
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସାମ୍ସ ୱେବସାଇଟ୍‌ରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ବା ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କର ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।

ଚଳିତ ବର୍ଷ ନାମଲେଖା ସମୟରେ କୋଭିଡ୍‌-୧୯ ନିୟମ କଡାକଡି ଭାବେ ପାଳନ କରାଯିବ। ଏନେଇ ବିଦ୍ୟାର୍ଥୀଙ୍କ ଇଣ୍ଟିମେସନ୍‌ ଲେଟରରେ ସବିଶେଷ ତଥ୍ୟ ରହିବ। ପ୍ରତି ବିଦ୍ୟାର୍ଥୀଙ୍କ ଇଣ୍ଟିମେସନ୍‌ ଲେଟରରେ କେତେବେଳେ ଶିକ୍ଷାନୁଷ୍ଠାନ ଆସିବେ ତାର ସମୟ ଉଲ୍ଲେଖ ରହିବ। ଦିଆଯାଇଥିବା ସମୟରେ ହିଁ ବିଦ୍ୟାର୍ଥୀ ଆସି ନାମ ଲେଖାଇବେ।

- Advertisement -

ବିଦ୍ୟାର୍ଥୀଙ୍କୁ ପୃଥକ ଭାବେ ନାମଲେଖା ପାଇଁ ସମୟ ଦିଆଯିବ। ପ୍ରତି ଘଣ୍ଟାରେ ଅତି ବେଶିରେ ୧୫ ଜଣ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବାକୁ ଅନୁମତି ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ସହ କେବଳ ଜଣେ ଅଭିଭାବକ ଆସିପାରିବେ। ଏକରୁ ଅଧିକ ଅଭିଭାବକ ଆଣିପାରିବେନି ବିଦ୍ୟାର୍ଥୀ। ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ଅଧିକାରୀ, କର୍ମଚାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

ଦୁଇଟି ପର୍ୟ୍ୟାୟରେ ନାମ ଲେଖା ହେବ। ସକାଳ ୯ଟା ଅପରାହ୍ଣ ୧ଟା ଓ ଅପରାହ୍ନ ୧ଟା ୩୦ରୁ ୫ଟା ମଧ୍ୟରେ କର୍ମଚାରୀ ଶିକ୍ଷାନୁଷ୍ଠାନରେ ରହିବାକୁ କୁହାଯାଇଛି। ଯେଉଁ ବିଦ୍ୟାର୍ଥୀ ନିର୍ଦ୍ଧାରିତ ସମୟରେ ନାମ ଲେଖାଇ ପାରିବେ ନାହିଁ ସେମାନଙ୍କୁ ଆପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁଯୋଗ ଦିଆଯିବ।

ଅକ୍ଟୋବର ୩ରେ ଦ୍ବିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବ।

୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେବ। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦମୂଳକ ବିଭାଗରେ ନାମଲେଖା ପାଇଁ ୩ ଲକ୍ଷ ୮୦ ହଜାର ୮୯୬ ବିଦ୍ୟାର୍ଥୀ ଆବେଦନ କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories