www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କମିସନରେଟ ପୁଲିସକୁ ଆସିଲେ ୫୦ ଅଫିସର

ଭୁବନେଶ୍ବର:‌ ‌​‌ଦ୍ବୖେତନଗରୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ଭୁବନେଶ୍ବର ଓ କଟକ ସହରର ସଂକ୍ରମଣ ରୋକିବା କ୍ଷେତ୍ରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଜଣାପଡ଼ିଥିଲା। ଏ ନେଇ ଗୁରୁବାର ପୁଲିସ ମହାନିର୍ଦେଶକ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କୋଭିଡ୍‌ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନଆଯିବାକୁ ନିଷ୍ପତ୍ତି ହୋଇଥିଲା। ଉଭୟ କଟକ ଓ ଭୁବନେଶ୍ବର ସହରକୁ ୩ଟି ଲେଖାଏଁ ଜୋନ୍‌ରେ ବିଭକ୍ତ କରାଯାଇ ତନାଘନା ଆରମ୍ଭ ହୋଇଛି।
ରାଜଧାନୀରେ ୫୦ରୁ ଅଧିକ ଅଫିସର ଏବେ ସଂକ୍ରମିତ ହୋଇପଡ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସକୁ ୫୦ ଅଫିସର ଦେଇଛନ୍ତି ପୁଲିସ ମହାନିର୍ଦେଶକ। ସେହିପରି ୫ ପ୍ଲାଟୁନ୍‌ ଫୋର୍ସ ଯୋଗାଇ ଦେଇଛନ୍ତି। ତେବେ ଗତକାଲିଠାରୁ କମିସନରେଟ୍‌ ପୁଲିସ ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ରାଜଧାନୀ ଏବଂ କଟକରେ ପ୍ରତ୍ୟେକ ଥାନାର ଇନ୍ସପେକ୍ଟର ଓ ଜୋନ୍‌ ଏସିପିଙ୍କୁ ନେଇ ଏକାଧିକ ଟିମ୍‌ ବିଭିନ୍ନ ଛକ ଏବଂ ବଜାରଘାଟରେ ଚଢ଼ଉ କରି ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ କରୁଛନ୍ତି। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନରେ ନିୟମଠାରୁ ଅଧିକ ଗ୍ରାହକ ଥିବା ଯାଞ୍ଚ ବେଳେ ଜଣାପଡୁଛି ସେସବୁ ପ୍ରତିଷ୍ଠାନକୁ ସିଲ୍‌ କରାଯାଉଛି।

ବର୍ତ୍ତମାନ ଭୁବନେଶ୍ବର ଓ କଟକର ବହୁ ଥାନାର ଇନ୍ସପେକ୍ଟର ଏବଂ ବହୁ ଅଫିସର ସଂକ୍ରମିତ ହୋଇପଡ଼ିଥିବା କହିଛନ୍ତି ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ। ଏହା ସତ୍ତ୍ବେ ପୁଲିସ ଅଫିସରମାନେ କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ତତ୍ପର ହୋଇପଡ଼ିଥିବା ଦେଖିବାକୁ ମିଳିଛି।

- Advertisement -

ଖୋର୍ଦ୍ଧା ଜିଲାରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ୨୮,୭୯୪ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଅଛନ୍ତି ୨୦,୬୩୨। ସେହିଭଳି କଟକ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୭୩୬ ହୋଇଥିବା ବେଳେ କଟକ ମହାନଗର ନିଗମ ଅଞ୍ଚଳରୁ କେବଳ ୫୦୦୮ ଜଣ ରହିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories