ମେଷ- କିଛି ଆକସ୍ମିକ ଅଘଟଣ ଘଟିବାକୁ ଯାଉଥିଲେ ବି ତାକୁ ଭୟ ନ କରି ତା’ର ମୁକାବିଲା କଲେ ତାହା ଦୃଶ୍ୟପଟରୁ ବିଲୀନ ହୋଇଯିବ। ଧୈର୍ଯ୍ୟ ଓ ସତର୍କତା ରକ୍ଷା କରିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।
ବୃଷ- ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବା ସାର୍ଥକ ହେବ। ବିରହର ବେଦନାଗ୍ନିରେ ଦଗ୍ଧ ହେଉଥିଲେ ଚନ୍ଦନ ଶୀତଳ ରୂପକ ପ୍ରେମ ପ୍ରାଣଛୁଆଁ ହେବ।
ମିଥୁନ- ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜନକଲ୍ୟାଣରେ ବ୍ରତୀ ହୋଇଥିବାରୁ ସମ୍ମାନିତ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ସତ୍ପରାୟଣଯୁକ୍ତ ହେବେ।
କର୍କଟ- ଆଶାକୁ ଜୀବନ ଆଧାର କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ କରିବାକୁ ହେଲେ କର୍ମଠ ହେବାକୁ ପଡ଼ିବ। ଧର୍ମ କାର୍ୟ୍ୟରେ ଧନ ବ୍ୟୟ କରି ଲୋକଙ୍କ ପ୍ରଶଂସାର ପାତ୍ର ହେବେ। ସମର୍ପିତ ଜୀବନଯାପନ କରିବେ।
ସିଂହ- ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଧର୍ମ ଚିନ୍ତାମଣି ହୋଇପାରନ୍ତି। ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଭକ୍ତି ଭାବରେ ଅନୁଗୃହୀତ ହୋଇପାରନ୍ତି। ବିଜୟ ଆଶା ଫଳବତୀ ହେବ।
କନ୍ୟା- ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରିପାରନ୍ତି। ସ୍ବାସ୍ଥ୍ୟ ଲାଗି ଆହାର ସୁଧାର ହେବ। ସୁଖୀ ରହିବେ।
ତୁଳା- ଦୈବୀ ବଳରେ ମହାଶକ୍ତି ଓ ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ଈର୍ଷା ଭାବକୁ ମନରୁ ପୋଛି ଦେଇ ମତିମାନ୍ ହୋଇପାରନ୍ତି। ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ତ୍ୟାଗଶୀଳ ମନୋବୃତ୍ତିର ହେବେ।
ବିଛା- ପୁଣ୍ୟକର୍ମା ଓ ପୁଣ୍ୟପ୍ରଭା ସମ୍ପନ୍ନ ହେବେ। ପରସ୍ପର ସ୍ନେହାନୁବନ୍ଧିତ ହୋଇ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଆପଣ ନିଜର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିବେ। ଆହର ଅମୃତ ତୁଲ୍ୟ ହେବ।
ଧନୁ- ଅହଂକାର ଶୂନ୍ୟ ସାଧନା ସିଦ୍ଧି ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ରଖିବ। ମନରେ ସାହସ ଓ ହୃଦୟରେ ଆତ୍ମପ୍ରତ୍ୟେୟ ସୃଷ୍ଟି ହୋଇଥିବାରୁ ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇପାରନ୍ତି। ଚକ୍ଷୁ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।
ମକର- ଅସମ୍ଭବ ଏକ ଶବ୍ଦ ଯାହା ଆପଣଙ୍କ ମନ ଅଭିଧାନରେ ନାହିଁ। ଆତ୍ମା ଶାଶ୍ବତ ଓ ଚିରନ୍ତନଟ୍ଟ ଯାହା ଆପଣଙ୍କ ଭଳି ବିଜ୍ଞ ବ୍ୟକ୍ତିମାନେ ଜାଣନ୍ତି। ବିଭାଗୀୟ କର୍ମକର୍ତ୍ତାଙ୍କ ଦ୍ବାରା ଅନୁଗୃହୀତ ହୋଇପାରନ୍ତି।
କୁମ୍ଭ- ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବାକ୍ ସଂଯମତା ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍ଜୀବିତ କରି ରଖିବ। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ସୁସ୍ଥ ଜୀବନ ବିତାଇବେ।
ମୀନ- ଆଚରଣ ଓ ଉଚ୍ଚାରଣ ଭଦ୍ରୋଚିତ ହେବ। କ୍ଷମାଶୀଳ ହେବେ। ଦଣ୍ଡର ଧମକ ଦେବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ସଦାସର୍ବଦା ସତ୍ୟନିଷ୍ଠ ହେବେ। ସୁଶୀଳ ହେବେ। ପଣ୍ଡିତଙ୍କ ସହିତ ମିତ୍ରତା ସ୍ଥାପନ କରିବେ।



