ଫ୍ରେଞ୍ଚ୍‍ ଓପନ୍‍ ଚାମ୍ପିୟନ୍‍ସିପ୍‍ ଆରମ୍ଭ

0

ପ୍ୟାରିସ : ଫ୍ରେଞ୍ଚ୍‍ ଓପନ୍‍ ଟେନିସ୍‍ ଚାମ୍ପିୟନ୍‍ସିପ୍‍ ରବିବାର ଠାରୁ ପ୍ୟାରିସ୍‍ଠାରେ ଆରମ୍ଭ ହୋଇଛି। ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ୍‍ ନାଦାଲ୍‍ ପୁରୁଷ ସିଙ୍ଗଲସ୍‍ ଟାଇଟଲ୍‍ ପାଇଁ ପ୍ରମୁଖ ଦାବିଦାର ଥିବାବେଳେ ମହିଳା ବିଭାଗରେ ବିଶ୍ୱର ଏକନମ୍ବର ଖେଳାଳି ସିମୋନା ହାଲେପ୍‍, ୨୩ଥର ଗ୍ରାଣ୍ଡ୍‍ସ୍ଲାମ୍‍ ବିଜୟୀ ସେରେନା ୱିଲିୟମସ୍‍, ଦୁଇ ଥର ଫ୍ରେଞ୍ଚ୍‍ ଓପନ୍‍ ଚମ୍ପିୟନ୍‍ ମାରିଆ ସାରାପୋଭା ଏବଂ ବିଶ୍ୱର ପୂର୍ବତନ ଏକନମ୍ବର ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ମୁଖ୍ୟ ଆକର୍ଷଣ ରହିଛନ୍ତି। ଚଳିତ ବର୍ଷ ୟୁକି ଭାମ୍ରି ଏକମାତ୍ର ଭାରତୀୟ ଭାବେ ସିଙ୍ଗଲସ୍‍ରେ ଖେଳୁଥିବା ବେଳେ ଡବଲସ୍‍ରେ ରୋହନ୍‍ ବୋପନ୍ନା ଭାରତର ପ୍ରତିନିଧିତ୍ୱ କରିବେ। ପୁରୁଷ ସିଙ୍ଗଲସ୍‍ର ପ୍ରଥମ ରାଉଣ୍ଡ ମ୍ୟାଚ୍‍ରେ ବୁଲ୍‍ଗେରିଆର ଗ୍ରିଗୋର ଡିମିଟ୍ରୋଭ୍‍ ଇଜିପ୍ଟର ମହମ୍ମଦ ସାଫ୍‍ୱାଟ୍‍ଙ୍କୁ ୬-୧, ୬-୪, ୭-୬ ସେଟ୍‍ରେ ପରାସ୍ତ କରିଛନ୍ତି।

Leave A Reply