www.samajalive.in
Monday, December 15, 2025
24.1 C
Bhubaneswar

୩ୟ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଲେ ସ୍ଵିଆଟେକ୍‌

ପ୍ୟାରିସ୍‌: ଗ୍ରାଣ୍ଡସ୍ଲାମ୍ ଟେନିସ୍‌ ଚମ୍ପିଆନ୍‌ସିପ ଫ୍ରେଞ୍ଚ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି ବିଶ୍ବର ୧ନଂ ଖେଳାଳି ଇଗା ସ୍ଵିଆଟେକ୍‌। ଶନିବାର ସଂଘର୍ଷପୂର୍ଣ୍ଣ ଫାଇନାଲରେ ପୋଲାଣ୍ଡର ସ୍ବିଆଟେକ୍‌ ୬-୨, ୫-୭, ୬-୪ ସେଟ୍‌ରେ ଅଣସିଡେଡ୍‌ ଖେଳାଳି ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ପରାସ୍ତ କରିଛନ୍ତି। ଗତବର୍ଷ ଏଠାରେ ଚମ୍ପିଆନ୍ ହୋଇଥିବା ସ୍ବିଆଟେକ୍‌ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ବଜାୟ ରଖିଛନ୍ତି। ଏହା ଟପ୍ ସିଡ୍‌ ସ୍ବିଆଟେକ୍‌ଙ୍କ ୩ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ। ମୋଟଉପରେ ୨୨ ବର୍ଷ ବୟସ୍କା ସ୍ବିଆଟେକ୍‌ ୪ର୍ଥ ଥର ଗ୍ରାଣ୍ଡସ୍ଲାମ୍ ଚମ୍ପିଆନ୍ ହୋଇଛନ୍ତି।
ଫାଇନାଲ ମ୍ୟାଚ୍‌ରେ ଇଗା ସ୍ବିଆଟେକ୍ ଫେଭରିଟ୍‌ ଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ମଧ୍ୟ ସେଟ୍‌ ହାରିନଥିଲେ। ଫାଇନାଲରେ ମଧ୍ୟ ପ୍ରଥମ ସେଟ୍‌କୁ ସହଜରେ ଜିତି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ ସ୍ବିଆଟେକ୍‌। ୨ୟ ସେଟ୍‌ରେ ମଧ୍ୟ ସ୍ବିଆଟେକ୍‌ ୪-୧ରେ ଆଗୁଆ ରହି ସହଜ ବିଜୟ ଆଡ଼କୁ ଯାଉଥିଲେ। ହେଲେ ପ୍ରଥମଥର ଗ୍ରାଣ୍ଡସ୍ଲାମ୍‌ର ଫାଇନାଲ ଖେଳିଥିବା ମୁଚୋଭା ହାର ମାନିନଥିଲେ। ମୁଚୋଭା ଏହି ସେଟ୍‌ରେ ସ୍କୋର୍‌କୁ ୬-୬ କରି ଟାଇବ୍ରେକରରେ ଏହାକୁ ଜିତି ନେଇଥିଲେ। ୩ୟ ସେଟ୍‌ରେ ମୁଚୋଭା ମଧ୍ୟ କଡ଼ା ମୁକାବିଲା କରିଥିଲେ। ସ୍କୋର୍ ୪-୪ ଥିବା ବେଳେ ମୁଚୋଭାଙ୍କ ହାତରେ ସର୍ଭିସ୍ ଥିଲା। ହେଲେ ସ୍ବିଆଟେକ୍ ତାଙ୍କ ସର୍ଭିସ୍ ବ୍ରେକ୍‌କରି ଏବଂ ପରବର୍ତ୍ତୀ ଗେମ୍‌କୁ ଜିତି ୬-୪ରେ ଏହି ସେଟ୍‌ ଜିତି ନେଇଥିଲେ। ୨୦୨୨ ଏପ୍ରିଲ୍‌ରେ ଆସ୍‌ଲେ ବାର୍ଟିଙ୍କ ଅବସର ପରେ ସ୍ବିଆଟେକ୍‌ ବିଶ୍ବର ୧ନଂ ମହିଳା ଖେଳାଳି ହୋଇଥିବା ବେଳେ ଏଯାବତ୍‌ ଏହାକୁ ବଜାୟ ରଖି ପାରିଛନ୍ତି। ଏହା ପରଠାରୁ ଇଗା ସ୍ବିଆଟେକ୍‌ ୨୬ଟି ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍‌ ଖେଳି ମାତ୍ର ୨ଟି ହାରିଛନ୍ତି। ୩ୟ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତି ସେରେନା ୱିଲିୟମ୍‌ସ, ମୋନିକା ସେଲେସ୍‌ ଓ ଆରାନ୍ତ୍‌ସା ସାଞ୍ଚେଜ୍‌ ଭିକାରିଓଙ୍କ ସହ ସ୍ବିଆଟେକ୍ ସମକକ୍ଷ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories